ପୋଦିନା ପତ୍ରର ଉପକାରିତା । ଖାଇଲେ ଦୂର ହୁଏ ଏହି ସବୁ ସମସ୍ୟା ..

276

ଆପଣ ଆପଣଙ୍କ ବ‌ାଡ଼ିରେ କିମ୍ବା ଛାତରେ ଥିବା କୁଣ୍ଡରେ ପୋଦିନା ଗଛ ରଖିଛନ୍ତି କି ? ଯଦି ରଖିନାହାନ୍ତି ତେବେ, ତୁରନ୍ତ ଏହି ଉପକାରୀ ଗଛକୁ ଆଣି ନିଜ ଘର ପାଖରେ ରଖନ୍ତୁ । ଏହାକୁ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପାନୀୟରେ ବ୍ୟବହାର କରିପାରିବେ। ପୋଦିନା ପତ୍ର ଚଟଣିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସରବତରେ ବି ଆପଣ ଏହାକୁ ବ୍ୟବାହାର କରିପାରିବେ । କେବଳ ଯେ ପାଟି ସୁଆଦ ପାଇଁ, ତାହା ନୁହେଁ । ଏହି ପତ୍ରର ଗୁଡ଼ାଏ ସୁଫଳ ରହିଛି ।

– ପୋଦିନା ପତ୍ର ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଫ‌ଳରେ ପେଟ କାଟିବା, ଝାଡ଼ା ନହେବା, ପେଟ ପୋଡ଼ାଜଳା ହେବା ଆଦି ସମସ୍ୟା ହ୍ରାସ ପାଇଥାଏ।

– ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବ‌ାସ ରୋଗ ଆୟତ୍ତରେ ରହିଥାଏ।

– ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।

– ଏହାକୁ ଖାଇଲେ ମୁଣ୍ଡବିନ୍ଧା ମଧ୍ୟ କମ୍‌ ହୋଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।

– ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପୋଦିନା ପତ୍ର ଖାଇପାରନ୍ତିି। ଏହା ଶରୀରର ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ।

– ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।