ବଢିଲା ଅନୁରାଗ କଶପ୍ୟଙ୍କ ପାଇଁ ଅଡୁଆ : ପାୟଲ ଘୋଷଙ୍କ ଅଭିଯୋଗ ପରେ କାଲି ପଚରା ଉଚରା କରିବାକୁ ଅନୁରାଗଙ୍କୁ ଡାକିଲା ମୁମ୍ବାଇ ପୋଲିସ 

185

କନକ ବ୍ୟୁରୋ : ଯୌନ ଉତ୍ପିଡନ ମାମଲାରେ ବଲିଉଡ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଆଣିଥିବା ଯୌନ ଉତ୍ପୀଡନ ମମଲାରେ ମୁମ୍ବାଇ ପୋଲିସ ସମନ ପଠାଇଛି । ଯେଉଁଥିରେ ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ ରିଥିବା ଜଣାପଡିଛି । ପାୟଲ ଘୋଷ ମୁମ୍ବାଇର ବସୋବା ଥାନାରେ ଅନୁରାଗଙ୍କ ବିରୋଧରେ ଯୌନ ଉତ୍ପୀଡନ ନେଇ ଅଭିଯୋଗ କରିଥିଲେ । ହେଲେ ଅନୁରାଗ କଶ୍ୟପଙ୍କୁ ଏଯାଏଁ ପୋଲିସ ଗିରଫ୍ କରିନଥିବା ନେଇ ଅସନ୍ତୁଷ ଜାହିର କରିଛନ୍ତି ପାୟଲ ଘୋଷ । ସେ ଦାବି କରିଛନ୍ତି କି ଯଥାଶୀଘ୍ର ଅନୁରାଗ କଶ୍ୟପଙ୍କୁ ଗିରଫ୍ କରାଯାଉ ।
କହିରଖୁ କି ଅନୁରାଗ କଶ୍ୟପଙ୍କ ନାମରେ ଧର୍ଷଣ ମାମଲା ରୁଜୁ କରିବା ପରେ ଅଭିନେତ୍ରୀ ପାୟଲ ଘୋଷ ମଙ୍ଗଳବାର ଦିନ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୁଶିଆରୀଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ଆଗରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରାଜ୍ୟପାଳଙ୍କ ଠାରେ ସୁରକ୍ଷା ମାଗିଥିବା କଥା କହିଥିଲେ । ପାୟଲ ରାଜ୍ୟପାଳଙ୍କୂୁ ଭେଟିବା ସମୟରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରାମଦାଶ ଆଠୱଲେ ବି ଉପସ୍ଥିତ ଥିଲେ ।
ପାୟଲ ଆହୁରି କହିଥିଲେ କି ରାଜ୍ୟପାଳଙ୍କ ପାଖରେ ‘ମୁଁ ମୋର କଥା ରଖିଲି, ଏହା ସହ ମୁଁ ପୋଲିସରେ କରିଥିବା ଅଭିଯୋଗର ଏକ ନକଲ ବି ରାଜ୍ୟପାଳଙ୍କୁ ଦେଇଛି, ଏହାସହ ମୁଁ ଜୀବନର ସୁରକ୍ଷା ପାଇଁ ମୋତେ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛି । ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଯୌନ ଉତ୍ପିଡନ ଅଭିଯୋଗ ଆଣିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପାୟଲଙ୍କ ଓକିଲ ନିତୀନ ସାତପୁତେ କହିଛନ୍ତି କି ଆଇପିସି ଧାରା ୩୭୬,୩୫.୩୪୧,୩୪୨ ଧାରାରେ ଧର୍ଷଣ, ଅସଭ୍ୟ ଆଚରଣ, ଭଳି ଅଭିଯୋଗ କରାଯାଇଛି । ସେପଟେ ଅନୁରାଗ କଶ୍ୟପ ଏସବୁ ମିଥ୍ୟା ବୋଲି କହିଛନ୍ତିି ।