ବଢୁଛି କରୋନାର ଗତି : ରାଜ୍ୟରେ ୨୪ ଘଂଟାରେ ସର୍ବାଧିକ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ; ସଂଗରୋଧ କେନ୍ଦ୍ରରୁ ୨୪ ଶହ ୭୮, ସ୍ଥାନୀୟ ଅଂଚଳରୁ ୧୭ଶହ ୯୨ ପଜିଟିଭ

605
କନକ ବ୍ୟୁରୋ : ଗତ ୨୪ ଘଂଟାରେ ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଂଟାରେ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟ ହେବାରେ ଏହି ସଂଖ୍ୟା ହେଉଛି ସର୍ବାଧିକ । ସଂଗରୋଧ କେନ୍ଦ୍ରରୁ ୨ ହଜାର ୪୭୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୭୯୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୮୭୬ , କଟକରୁ ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨୮୭, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୮୮, ନୂଆପଡାରୁ ୧୧୯, ମୟୂରଭଂଜରୁ ୧୩୧, ସଂବଲପୁରରୁ ୧୧୪, ଝାରସୁଗୁଡାରୁ ୧୨୧, ଅନୁଗୁଳରୁ ୧୪୭, ବଲାଙ୍ଗିରରୁ ୯୭, ନବରଙ୍ଗପୁରରୁ ୮୬, କେନ୍ଦ୍ରାପଡାରୁ ୯୯, କୋରାପୁଟରୁ ୮୩, କେନ୍ଦୁଝରରୁ ୮୭, କନ୍ଧମାଳରୁ ୭୩, ମାଲକାନଗିରିରୁ ୬୪, ଗଂଜାମରୁ ୬୮, ଢେଙ୍କାନାଳରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ହଜାର ୨୭୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ହୋଇଛି । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୫ ହଜାର ୭୩୮ । ଆକ୍ଟିଭ୍ ମାମଲା ରହିଛି ୩୬ ହଜାର ୪୭୩ ।
୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ପୁରୀରୁ ୩ ଜଣ, ସମ୍ବଲପୁରରୁ ୩ ଜଣ, ଖୋର୍ଦ୍ଧାରୁ ୨ ଜଣ, କଳାହାଣ୍ଡିରୁ ଜଣେ, ସୁନ୍ଦରଗଡରୁ ଜଣେ ଏବଂ ମୟୂରଭଂଜରୁ ଜଣେ ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରେ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ବୟସ ୩୧ ବର୍ଷ ଏବଂ ଯୁବତୀ ଜଣକ ଡାଏବେଟିସରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୫୬ରେ ପହଁଚିଛି । ଏଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୨୧୫ ରହିଛନ୍ତି । ତାପଛକୁ ଖୋର୍ଦ୍ଧାରେ ୯୬, କଟକରୁ ୫୪, ସୁନ୍ଦରଗଡରେ ୩୯, ରାୟଗଡାରେ ୩୪, ପୁରୀ ୨୮ ଓ ସମ୍ବଲପୁରରେ ୨୦ ଜଣ ରହିଛନ୍ତି । ସେହିପରି ନୟାଗଡ ୧୭, ବାଲେଶ୍ୱର ୧୫, ବଲାଙ୍ଗୀର ୧୨, ଭଦ୍ରକ ୧୦, ମୟୂରଭଂଜ ୧୨, ମାଲକାନଗିରି ୮, କୋରାପୁଟ ୭, କେନ୍ଦୁଝରରେ ୮ ଜଣ ରହିଛନ୍ତି । ରାଜ୍ୟରେ ନୂଆପଡା ଓ ଦେବଗଡରୁ ଏଯାଏଁ କୌଣସି କରୋନା ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।