ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା

836

କନକ ବ୍ୟୁରୋ : ବଢିଲା ଗାଡ଼ି କାଗଜପତ୍ର ଯାଂଚର ବୈଧତା । କୋଭିଡ ସ୍ଥିତି ନେଇ ଡ୍ରାଇଭିଂ ଲାଇସେନ, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତା ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି । ୩୧ ମାର୍ଚ୍ଚ ଯାଏ ବୈଧତା ବଢ଼ାଯାଇଛି । ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି, ତା’ଉପରେ ଏହି ନିୟମ ଲାଗୁ ହେବ । ଲୋକଙ୍କୁ ଯିବାଆସିବା କ୍ଷେତ୍ରରେ ସୁବିଧା ହେବା ଲକ୍ଷ୍ୟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉର୍ଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ଯାଏ ବ୍ୟବହାର କରିପାରିବେ । ଏହା ୨୦୨୧ ମାର୍ଚ୍ଚ ୩୧ଯାଏ ବୈଧ ରହିବ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ ।