ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା ।

231

କନକ ବ୍ୟୁରୋ : ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଦିଆଯିବ ଟିକା । ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ କରୋନା ଟିକା । ତେବେ ଏମାନଙ୍କୁ ସ୍ପଟ୍ ଭ୍ୟାକ୍ସିନେସନ୍ କରାଯିବ । ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ତେବେ ଟିକାକରଣ ନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏହି କ୍ରମରେ ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡକ ପରିବହନ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।