କନକ ବ୍ୟୁରୋ: ଚଳିତ ଆର୍ଥିକ ବଜେଟରେ କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟିର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ଏବା ୮ ଗୁଣ ଅଧିକ ରହିଛି । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଏହି ଅର୍ଥକୁ ଖର୍ଚ୍ଚ କରାଯିବ ।

Advertisment

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, କ୍ରୀଡା ଗତ କିଛି ବର୍ଷ ମଧ୍ୟରେ ଓଡିଶା ପାଇଁ ଏକ ଅଭିନବ ଏବଂ ଅସାଧାରଣ ପଚିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଜି ଯୁବଗୋଷ୍ଠୀଙ୍କୁ କ୍ରୀଡାରେ ଭବିଷ୍ୟତ ପାଇଁ ଆଉ ଗୋଟିଏ ପାଦ ଆଗକୁ ନେଇ ପାରୁଛି । ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ରାଜ୍ୟର କ୍ରୀଡା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି । ୧୫ ମାସରେ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ଏହି ଷ୍ଟାଡିୟମଟି ପୃଥିବୀର ସର୍ବବୃହତ ଆସନ ଥିବା ଷ୍ଟାଡିୟମ ଭାବେ ବିବେଚିତ ହୋଇଛି । କେବଳ ଏତିକି ନୁହେଁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।

ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇଯିବ ।

publive-image