ଟିକା ନାଁରେ ସାଇବର୍ ଠକେଇ ବଢ଼ିଲାଣି । ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ବି ସାଇବର୍ ଠକେଇ ଆରମ୍ଭ ହୋଇଯାଇଛି। ଟିକା ପାଇଁ ପଂଜିକରଣ କରିବାକୁ କହି କିଛି ସାଇବର୍ ଠକ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଫୋନ୍ କରୁଛନ୍ତି ଏବଂ ସେମାନଙ୍କ ଆଧାର ନମ୍ବର ସହ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ମାଗୁଛନ୍ତି ।
ଉତ୍ତରପ୍ରଦେଶର ଗୋରଖପୁର, ଦେଓରିଆ, ବସ୍ତି, ମଉ, ଗାଜିପୁର ଏବଂ ପ୍ରତାପଗଡ଼ରେ ଅନେକ ସଂଖ୍ୟାରେ ଲୋକ ଏନେଇ କିଛି ସାଇବର୍ ଅପରାଧିଙ୍କ କଲ୍ ପାଇଛନ୍ତି। ସେମାନେ କଲ୍ କରି ଆଧାର ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ଇନସୁରାନ୍ସ ପଲିସି ତଥ୍ୟ ବିସ୍ତୃତ ଭାବେ ମାଗୁଛନ୍ତି। ତେବେ ପୁଲିସ ଏନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ ପାଇଁ କୌଣସି କଲ୍ କରାଯାଉ ନାହିଁ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ , ଜାନୁଆରି ତୃତୀୟ ସପ୍ତାହରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ମିଳିବ ବୋଲି ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ଟିକା ପାଇଁ ନାମ ପଂଜୀକରଣ କରିବା ନାଁରେ ସାଇବର୍ ଠକେଇର ଶିକାର ନହେବାପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି। ଟିକାକରଣ ପ୍ରକ୍ରିୟା କେବେ ଆରମ୍ଭ ହେବ ସେନେଇ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/cyber-crimes-getty.jpg)