ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଉଦବେଗ: ୩୮ ମୃତ, ୧୬ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ସଂକ୍ରମିତ ରାଜ୍ୟ ତାଲିକାରେ କେରଳକୁ ପଛରେ ପକାଇଲା ମହାରାଷ୍ଟ୍ର

ବିଶ୍ୱରେ ୮ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

1,560

କନକ ବ୍ୟୁରୋ: ଦେଶରେ ତୀବ୍ର ବେଗରେ ବଢିଚାଲିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କୋଭିଡ-୧୯ ଭାରତରେ ୩୫ ଜଣଙ୍କ ଜୀବନ ନେଇଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର କେରଳକୁ ପଛରେ ପକାଇ ମହାରାଷ୍ଟ୍ର ଏବେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ ଓ ମୃତକଙ୍କ ସଂଖ୍ୟା ୧୨ରେ ପହଂଚିଛି । ଗତକାଲି ମହାରାଷ୍ଟ୍ରରେ ୮୨ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ଟପିଛି । କେରଳରେ ୨୪୧ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୦ ହଜାର ଛୁଇଁଥିବା ବେଳେ ୪୨ ହଜାର ୩୪୪ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୨ ହଜାର ୮୯୮ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ସେହିପରି ୧ଲକ୍ଷ ୭୮ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିିଛି । ବିଶ୍ୱରେ ଆମେରିକାରେ ସର୍ବାଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ୧ଲକ୍ଷ ୮୮ ହଜାର ୫୯୨ ଜଣ ସଂକ୍ରମିତ, ହୋଇଥିବାବେଳେ ୪ହଜାର ୫୫ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପିଯାଇଛି ।