ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭା ଆସନ ସଂଖ୍ୟା ବଢାଇ ୧୦୦୦ ପର୍ଯ୍ୟନ୍ତ କରିବା କଥା କହିଛନ୍ତି । ଏହା ସହ ରାଜ୍ୟସଭା ଆସନ ସଂଖ୍ୟା ବଢାଇବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ମଣ୍ଡଳୀ ଅନେକ ବଡ ହୋଇଯାଇଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁନାହିଁ । ପୂର୍ବତନ ରାଷ୍ଟ୍ରପତି ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଅଟଳ ବିହାରୀ ବାଜପେୟୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି । ବର୍ତ୍ତମାନ ଲୋକସଭାରେ ଥିବା ଆସନ ସଂଖ୍ୟା ୫୪୩ ରୁ ବଢାଯାଇ ୧୦୦୦ କରାଯିବା ଦରକାର ଏବଂ ଏହା ସହ ରାଜ୍ୟସଭାରେ ମଧ୍ୟ ପରିବର୍ତ୍ତନ କରିବା ଉଚିତ ।
ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ, ୧୯୭୭ ମସିହାରେ ଶେଷଥର ପାଇଁ ଲୋକସଭା ଆସନ ବଢାଯାଇଥିଲା । ୧୯୭୧ ମସିହାର ଜନଗଣନା ଆଧାରରେ ଏହା କରାଯାଇଥିଲା, ଯେତେବେଳେ କି ଜନସଂଖ୍ୟା ୫୫ କୋଟି ଥିଲା । କିନ୍ତୁ ବର୍ତ୍ତମାନର ସଂଖ୍ୟା ସେବେଠାରୁ ୨ ଗୁଣ ଅଧିକା ହୋଇ ସାରିଲାଣି । ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଦେଶରେ ଆସନ ସଂଖ୍ୟା ବଢାଯିବା ଉଚିତ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/pranab17dec19.jpg)
/kanak/media/post_attachments/wp-content/uploads/2019/12/freepressjournal_import_2017_07_Pranab-Mukherjee-300x169.jpg)