କନକ ବ୍ୟୁରୋ: ସହିଦଙ୍କ ପରିବାରକୁ ମିଳୁଥିବା ଅନୁକମ୍ପା ରାଶି ବୃଦ୍ଧି ହୋଇଛି । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସହାୟତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧ ତଥା ଉଗ୍ରବାଦ ମୁକାବିଲାରେ ସହିଦ ଓଡିଆ ଯବାନଙ୍କ ପରିବାରକୁ ଏହି ସହାୟତା ଦିଆଯାଇଥାଏ । ସାମରିକ, ଅର୍ଦ୍ଧସାମରିକ ବାହିନୀରେ ରହି ନିଜ ଜୀବନ ହରାଉଥିବା ଯବାନ, ଅଫିସରଙ୍କ ପରିବାର ପାଇଁ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିଥାନ୍ତି । କାରଗିଲ ଯୁଦ୍ଧ ପରଠାରୁ ଏହି ସହାୟତା ପ୍ରଦାନ କରାଯାଇଆସୁଛି । ଏଥିପାଇଁ ଏକ ପାଣ୍ଠି ଗଠନ କରିଛନ୍ତି ସରକାର ।
ସହିଦଙ୍କ ପରିବାରକୁ ସହାୟତା ରାଶି ବୃଦ୍ଧି । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ରାଶି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
/kanak/media/post_attachments/wp-content/uploads/2022/05/44.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)