କନକ ବ୍ୟୁରୋ : କିଛି ସମୟ ପରେ କେନ୍ଦ୍ର ବଜେଟ୍ ୨୦୨୨-୨୩ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟକୁ ଅନୁମୋଦନ । ଏହି ବଜେଟରେ ଛୋଟ କୃଷକଙ୍କୁ ବଡ ଉପହାର ଦେଇପାରନ୍ତି ମୋଦି ସରକାର । ଏହାଥଡା କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ଗତି ଦେବା ପାଇଁ ବଡ ଘୋଷଣା ବି ହୋଇପାରେ । ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ବଜେଟରେ ସାଧାରଣ ନାଗରିକ ଓ ମଧ୍ୟମ ଶ୍ରେଣୀଙ୍କ ପାଇଁ କଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ଆୟକର ଛାଡ ସୀମା ବୃଦ୍ଧି ଆଶା
- ଆୟକର ଛାଡ ସୀମା ୨.୫ ଲକ୍ଷରୁ ୫ ଲକ୍ଷ କରିବାକୁ ଦାବି
- ୮୦-ସିରେ ଟିକସ ରିହାତି ୧.୫ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି ଆଶା
- ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୫୦ ହଜାରରୁ ୧ ଲକ୍ଷ କରିବାକୁ ଆଶା
- ଦେଶରେ ଲାଗୁ ହୋଇପାରେ ୟୁନିଭର୍ସାଲ ପେନସନ୍ ସ୍କିମ୍
- ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କମିଟି ଏଥିପାଇଁ ସୁପାରିଶ କରିଛି
- ୱାର୍କ ଫ୍ରମ୍ ହୋମ ଆଲାଉନ୍ସ ଟିକସରେ ରିହାତି ଆଶା
- ଇଂଟରନେଟ୍, ଫର୍ଣ୍ଣିଚର ଓ ଅନ୍ୟ ଉପକରଣ ପାଇଁ ଭତ୍ତା

ଟିକସମୁକ୍ତ ଏଫଡି
- ବର୍ତମାନ ଟିକସମୁକ୍ତ ଏଫଡିର ଅବଧି ୫ ବର୍ଷ ରହିଛି
- ଆୟକର ଅଧିନିୟମ ୧୯୬୧ ଧାରା ୮୦-ସିରେ ମିଳୁଛି ଟିକସ ରିହାତି
- ୮୦-ସିରେ ବିଭିନ୍ନ ନିବେଶ ଉପରେ ମିଳୁଛି ଆୟକର ରିହାତି
- ତେଣୁ ଟିକସମୁକ୍ତ ଏଫଡିର ଅବଧି ୩ ବର୍ଷ କରିବାକୁ ଦାବି ହେଉଛି
- ଅନ୍ୟ ଇଏଲଏସଏସ ଉତ୍ପାଦ ତୁଳନାରେ ଆକର୍ଷଣ ହରାଉଛି ଏଫଡି
- ଏଫଡିର ଲକ-ଇନ୍ ପିରିୟଡ କମିଲେ ଏହା ପ୍ରତି ଆକର୍ଷଣ ବଢିବ
- ଟିକସମୁକ୍ତ ଏଫଡି ସୀମା ୫ରୁ ୩ ବର୍ଷ କରିବାକୁ ବ୍ୟାଙ୍କ ସଂଘର ଦାବି

ବରିଷ୍ଠ ନାଗରିକଙ୍କ ପାଇଁ ଦାବି
- ବରିଷ୍ଠ ନାଗରିକଙ୍କୁ ଏଫଡି ଉପରେ ସୁଧ ହାର ବୃଦ୍ଧି ଦାବି
- ଡାକଘରେ ସ୍ଥାୟୀ ଜମା ନିବେଶ ସୀମା ୧୫ ଲକ୍ଷରେ ସୀମିତ
- ଏହାକୁ ହଟାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି
- ସେହିପରି ପିପିଏଫରେ ମଧ୍ୟ ନିବେଶ ସୀମା ଉଚ୍ଛେଦ ଦାବି

ସ୍ୱାସ୍ଥ୍ୟ କ୍ଷେତ୍ରର ଆଶା
- କରୋନା ମହାମାରୀ ସ୍ୱାସ୍ଥ୍ୟ କ୍ଷେତ୍ରର ଗୁରୁତ୍ୱ ବଢାଇ ଦେଇଛି
- ସ୍ୱାସ୍ଥ୍ୟ ସେବା ପାଇଁ ଜିଡିପିର ୨.୫% ଖର୍ଚ୍ଚ ହେବା ଉଚିତ୍
- ୨୦୨୧ର ସ୍ୱାସ୍ଥ୍ୟ ବଜେଟ୍ ଜିଡିପିର ୨%ରୁ ବି କମ୍ ଥିଲା
- ତେଣୁ ଏହାକୁ ଜିଡିପିର ୨.୫%କୁ ଆଣିବା ପାଇଁ ପ୍ରୟାସ ହେବ
- ବଜେଟ୍ରେ ହେଲଥ ଇନସୁରାନ୍ସ ପ୍ରିମିୟମ ଶସ୍ତା ହେବା ଆଶା
- ବର୍ତ୍ତମାନ ହେଲଥ ଇନସୁରାନ୍ସରେ ୧୮% ଜିଏସଟି ଲାଗୁଛି
- ତେଣୁ ଜିଏସଟି ୫%କୁ କମାଇ ଦେବା ପାଇଁ ଦାବି ହେଉଛି
- ଜୀବନ ବୀମା ପ୍ରମିୟମକୁ ୮୦-ସିରୁ ବାହାର କରା ଯାଇପାରେ
- ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାକୁ ନେଇ ନୂଆ କାଟାଗୋରୀରେ ସମ୍ଭାବନା
- ଔଷଧରେ ସୀମା ଶୁଳ୍କ ଛାଡ ଜାରି ରଖିବାକୁ ଫାର୍ମା କମ୍ପାନିର ଦାବି
- ଗବେଷଣା ଓ ଅଧ୍ୟୟନ ପାଇଁ ପ୍ରୋତ୍ସାହନ ଘୋଷଣା ହେବା ଆଶା
- ଉଦ୍ୟୋଗ ଅନୁକୂଳ ନୀତି ପାଇଁ ଫାର୍ମାସିଉଟିକାଲ ଆଲାଏନ୍ସର ଦାବି

ଶିକ୍ଷା କ୍ଷେତ୍ରର ଆଶା
- ଶିକ୍ଷା କ୍ଷେତ୍ର ପାଇଁ ୨୦୨୨ରେ ବଜେଟ୍ ବୃଦ୍ଧି ହେବା ଆଶା
- ୧୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟୟ ବଢାଇ ପାରନ୍ତି ସରକାର
- ୨୦୨୦-୨୧ରେ ଶିକ୍ଷା ବଜେଟ୍ ଥିଲା ୯୯,୩୧୧ କୋଟି
- ୨୦୨୧-୨୨ରେ କମି ହେଲା ୯୩, ୨୨୪ କୋଟି
- ଜିଡିପିର ୮ରୁ୯ ପ୍ରତିଶତ ଖର୍ଚ୍ଚ କରିବାକୁ ଦାବି ହେଉଛି
- ଅନଲାଇନ ଶିକ୍ଷା ଫାଇଁ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଆଶା
- ଟାୟାର-୨ ଓ ଟାୟାର-୩ ସହରରେ ନାହିଁ ଡିଜିଟାଲ ଭିତ୍ତିଭୂମି
- ଗ୍ରାମାଂଚଳରେ ମୋବାଇଲ ନେଟୱର୍କ ବଢାଇବା ଉପରେ ଗୁରୁତ୍ୱ
- ସ୍କୁଲ, କଲେଜ ଶିକ୍ଷା ବାଦ୍ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ଜରୁରୀ
- ରୋଜଗାରକ୍ଷମ ହେଲା ଭଳି ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ
- ଗବେଷଣା ଓ ନବନିର୍ମାଣ ପାଇଁ ଅଧିକ ବ୍ୟୟବରାଦ ଆଶା
- ଶିକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗକୁ ପ୍ରୋତ୍ସାହନ
- ଡ୍ରପ ଆଉଟ୍ ଏଡାଇବାକୁ ଛାତ୍ର ମଙ୍ଗଳ ଯୋଜନା ଜାରି ରଖିବାକୁ ପଡିବ

ଅଟୋମୋବାଇଲ କ୍ଷେତ୍ର
- ଦେଶର ଜିଡିପିକୁ ଅଟୋମୋବାଇଲ କ୍ଷେତ୍ରର ଯୋଗଦାନ ୭.୫%
- ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି
- କରୋନା କାଳରେ ବେଶ୍ ଦୁର୍ବଳ ହୋଇପଡିଛି ଅଟୋମୋବାଇଲ କ୍ଷେତ୍ର
- ଅନଲାଇନ କାର କିଣିବା ଓ ଇଲେକଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ମିଳିପାରେ
- ଇଭିଏସ ଚାର୍ଜିଂ ପଏଂଟ ସ୍ଥାପନ ନେଇ ସରକାର ବଡ ଘେ।।ଷଣା କରିପାରନ୍ତି
- ଇଲେକଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ପାଇଁ ରିହାତି ସୀମା ବଢିବା ସମ୍ଭାବନା

କୃଷି କ୍ଷେତ୍ରର ଆଶା
- ବଢିପାରେ କିଷାନ ସମ୍ମାନ ନିଧି ଯୋଜନା ରାଶି
- ଏବେ ୩ଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି
- ଏହାକୁ ବଢାଇ ସରକାର ୮ ହଜାର କରିବା ଚର୍ଚ୍ଚା ହେଉଛି
- ଚାଷୀ ଆନ୍ଦୋଳନକୁ ଦେଖି ୩ଟି କୃଷି ଆଇନ ପ୍ରତ୍ୟାହାର କରାଗଲା
- ତେଣୁ କୃଷି କ୍ଷେତ୍ରରେ ବଢିପାରେ ବଜେଟ୍ ପରିମାଣ
- ଚାଷୀଙ୍କ ଅ ସାର ପହଂଚାଇବାକୁ ପଡିବ
- ସାର ଉପରେ ରିହାତି ବଢାଇ ପାରନ୍ତି ନିର୍ମଳା ସୀତାରମଣ
- ଚାଷୀର ଖର୍ଚ୍ଚ କମାଇବାକୁ ବିଶେଷ ପଦକ୍ଷେପ ନେଇପାରନ୍ତି
- ଚାଷୀର ଉତ୍ପାଦ କିଣିବାକୁ ବଜାର ସଂଯୋଗୀକରିଣ କରିବେ
- ଉତ୍ପାଦ ସାଇତି ରଖିବାକୁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ସମ୍ଭାବନା

ମହିଳାଙ୍କ ଆଶା
- ମହିଳାଙ୍କୁ ଦୃଷ୍ଟିରେ ରଖି ୨୦୦୫ରେ ବଜେଟ୍ରେ ବ୍ୟୟ ବରାଦ ହେଉଛି
- ସେବେଠାରୁ ଏହା ମୋଟ୍ ବଜେଟର ୫ ପ୍ରତିଶତ ପାଖାପାଖି ହିଁ ରହିଛି
- ୨୦୨୧ରେ ଏହାକୁ ୬.୮ ପ୍ରତିଶତକୁ ବଢାଇଥିଲେ ନିର୍ମଳା ସୀତାରମଣ
- କୋଭିଡ ମହିଳାଙ୍କ ହାତରୁ ଆୟର ମାଧ୍ୟମ ଛଡାଇ ନେଇଛି
- ତେଣୁ ମହିଳାଙ୍କ ପାଇଁ ବଜେଟରେ କିଛି ସ୍ୱତନ୍ତ୍ର ଘୋଷଣା ସମ୍ଭବନା
- ଆର୍ଥିକ ସହାୟତାଠାରୁ ସାମାଜିକ ସୁରକ୍ଷା ଯାଏଁ ଦିଆଯାଇପାରେ ଗୁରୁତ୍ୱ
- କୁଶଳୀ ଶ୍ରମିକ ତିଆରି କରିବାକୁ ଦକ୍ଷତା ବିକାଶ ପାଇଁ ପଦକ୍ଷେପ
- ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅଧିକ ବ୍ୟୟବରାଦ
- ମେକ ଇଣ୍ଡିଆରେ ମହିଳା ଉଦ୍ୟୋଗୀଙ୍କୁ ମିଳିପାରେ ପ୍ରୋତ୍ସାହନ
- ମହିଳାଙ୍କୁ ଅଧିକ ଟିକସ ରିହାତି ଦେଇ ଆର୍ଥିକ ସ୍ୱାଧୀନତା ପ୍ରଦାନ

ଗରିବ, ବେରୋଜଗାର ଓ ଶ୍ରମିକଙ୍କ ଆଶା
- ଦେଶରେ ବେରୋଜଗାର ହାର ପାଖାପାଖି ୮%
- ଅର୍ଥାତ ପ୍ରାୟ ୩ କୋଟି ଲୋକ ସଂପୂର୍ଣ୍ଣ ବେରୋଜଗାର
- କରୋନା ଯୋଗୁଁ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ
- ଏତିକି ବେଳେ ଦେଶର ସାମଗ୍ରିକ ମୁଦ୍ରାସ୍ଫୀତି ୧୩.୫ ପ୍ରତିଶତରୁ ଅଧିକ
- କେବଳ ଖାଉଟି ସାମଗ୍ରୀର ଦର ବୃଦ୍ଧି ମଧ୍ୟ ୫.୬ ପ୍ରତିଶତ ରହିଛି
- ଗୋଟିଏ ପଟେ ରୋଜଗାର ନାହିଁ ଅନ୍ୟପଟେ ଦରଦାମ ବଢୁଛି
- ତେଣୁ ଚାହିଦା ବଢାଇବାକୁ ଲୋକଙ୍କ ହାତରେ ଅଧିକ ଟଙ୍କା ଦରକାର
- ବଜେଟରେ ଏନେଇ ହୋଇପାରେ ବଡ ଘୋଷଣା
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମିଳିପାରେ ଟଙ୍କା
- ଡିବିଟି ଜରିଆରେ ସିଧାସଳଖ ଲୋକଙ୍କ ଖାତାକୁ ଆସିବ ସହାୟତା
- ଲକଡାଉନ ପରେ ସହରରେ ଶ୍ରମିକ ଶ୍ରେଣୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି
- ଏମାନଙ୍କୁ ସମସ୍ତ ସରକାରୀ ସହାୟତା ଦେବାକୁ ହୋଇପାରେ ନିଷ୍ପତି
- ଅଣସଂଗଠିତ କ୍ଷେତ୍ରରେ ପଞ୍ଜିକୃତ ହୋଇଛନ୍ତି ୩୮ କୋଟି ଲୋକ
- ଏମାନଙ୍କୁ ଖାଦ୍ୟ ସୁରକ୍ଷା, ବାସଗୃହ, ସ୍ୱାସ୍ଥ୍ୟ ସେବା ଓ ରୁଣ ଯୋଗାଇ ଦିଆଯିବ
- ସହରାଂଚଳରେ ଏମଜିନରେଗା ଚଳାଇବାକୁ ଆସିପାରେ ଯୋଜନା
- ତୃତୀୟ ଲହର ଚାଲିଥିବାରୁ ବଢିପରେ ପିଏମଜିକେୱାଇରେ ରାସନ ଯୋଗାଣ
- ୮ କୋଟି ଗରିବ ପରିବାରକୁ ୫ଟି ପର୍ଯ୍ୟାୟରେ ଦିଆଗଲାଣି ୨.୬୦ ଲକ୍ଷ କୋଟି

ଅନ୍ୟାନ୍ୟ କ୍ଷେତ୍ରର ଆଶା
- ଫିନଟେକ୍ କମ୍ପାନିଙ୍କୁ ମିଳିପାରେ ବିଶେଷ ଟିକସ ରିହାତି
- ଅର୍ଥାତ ଅଣବ୍ୟାଙ୍କିଙ୍ଗ ଓ ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା
- ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ହୋଇପାରେ ଘୋଷଣା
- ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ବିଶେଷ ପ୍ୟାକେଜ ସମ୍ଭାବନା
- କରୋନା ପ୍ରଭାବିତ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଘୋଷଣା
- ସୁନା ଗହଣା ଉପରେ ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ୧୦ ପ୍ରତିଶତକୁ ହ୍ରାସ
- ସେକ୍ସନ ୮୦ ଇଇରେ ମିଳୁଥିବା ରିହାତି ପରିମାଣ ବୃଦ୍ଧି ଆଶା
- କ୍ରିପ୍ଟୋ କରେନ୍ସି କିଣା-ବିକା ନେଇ ଆସିପାରେ ସ୍ୱତନ୍ତ୍ର ନୀତି
- ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ- ଏସଟିଟି ସଂପୂର୍ଣ୍ଣ ଉଚ୍ଛେଦ ଦାବି
- ଲୋକଙ୍କ ହାତକୁ ଅଧିକ ପଇସା ଦେବାପାଇଁ ଏଫଏମସିଜି କ୍ଷେତ୍ରର ଦାବି