କନକ ବ୍ୟୁରୋ : ତମାଖୁ କମ୍ପାନୀ ମାଲିକଙ୍କ ଘରେ ଆୟକର ବିଭାଗର ଚଢାଉ । ଘରୁ ବାହାରିଲା କୋଟି କୋଟି ଟଙ୍କା, କୋଟି କୋଟି ଟଙ୍କାର ମୂଲ୍ୟବାନ କାର । ବ୍ୟାଗରେ ଭର୍ତ୍ତି ହୋଇଛି ବିଡା ବିଡା ନୋଟ୍ । ଟଙ୍କା ଗଣି ଗଣି ନାକେଦମ୍ ହେଲେଣି ଆୟକର ବିଭାଗ ।
କାନପୁରର ନାମିଦାମୀ ବଂଶୀଧର ତମାଖୁ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ କରିଛି । କାନପୁର ସମେତ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ୍ ସମେତ ଅନ୍ୟ ୨୦ଟି ଠିକଣା ଉପରେ ଚଢାଉ କରିଛି ଆୟକର ବିଭାଗ । ମିଳିଥିବା ସୂଚନା ଆଧାରରେ କମ୍ପାନୀର ଟର୍ଣ୍ଣଓଭର ୨୦ରୁ ୨୫ କୋଟିର ହିସାବ ଦିଆଯାଉଥିବା ବେଳେ କମ୍ପାନୀର ପ୍ରକୃତ ଆୟ ୧୦୦ ରୁ ୧୫୦ କୋଟି ବୋଲି ଜଣାପଡିଛି । ଗତକାଲିଠୁ ଚାଲିଥିବା ଏହି ରେଡରେ ୬୦ କୋଟି ଟଙ୍କାର ମୂଲ୍ୟବାନ୍ କାର୍ ଜବତ କରାଯାଇଛି । ଯେଉଁଥିଲେ ୧୬ କୋଟି ଟଙ୍କାର ରୋଲ୍ସ-ରୟସ୍ ସାମିଲ ରହିଛି । କେବଳ ଏତିକି ନୁହେଁ ଆୟକର ବିଭାଗର ଚଢାଉ ବେଳେ ହାତରେ ଲାଗିଛି ସାଢେ ୪ କୋଟି ଟଙ୍କାର ନଗଦ କ୍ୟାସ୍ । ବିଡା ବିଟା ଟଙ୍କା ବ୍ୟାରେ ଭର୍ତ୍ତି ହୋଇ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/3-1.jpg)