ସ୍କୁଲରେ ଅଚେତ ଅବସ୍ଥାରେ ପଡିଥିଲା ସାପ : ନିଜ ଜୀବନକୁ ବାଜି ଲଗାଇ ସାପର ଜୀବନ ବଂଚାଇଲେ ଆୟକର ଅଧିକାରୀ 

312

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠୁ ବେଶୀ ଜୀବଜନ୍ତୁଙ୍କୁ ଭଲ ପାଆନ୍ତି । ଏମିତି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଜଣେ ଆୟକର ବିଭାଗ ଅଧିକାରୀ ଶେର ସିଂହ ଗିନ୍ନାରେ । ଯିଏ ଇନ୍ଦୋରର ଏକ ପ୍ରାଇଭେଟ୍ ସ୍କୁଲରେ ପହଂଚି ସାପର ଜୀବନ ବଂଚାଇଛନ୍ତି ।

ସୂଚନାଯୋଗ୍ୟ, ଇନ୍ଦୋରର କନାଡିୟା ରୋଡର ବିର୍ଲା ପବ୍ଳିକ୍ ସ୍କୁଲରେ ଶନିବାର ମଧ୍ୟାହ୍ନରେ ହଠାତ୍ ସାପ ନଜର ଆସିଥିଲା । ଯାହାକୁ ଦେଖି ସ୍କୁଲର କର୍ମଚାରୀ ସାପ ଉପରେ ବିଷାକ୍ତ କୀଟନାଶକ ଛିଂଚିଥିଲେ । ଏହାପରେ ସାପ ବେହୋସ ହୋଇଯାଇଥିଲା । ଏହା ପରେ ଗାଁ ଲୋକେ ଆୟକର ବିଭାଗ ଅଧିକାରୀ ଶେରସିଂହ ସାପ ଧରିବାରେ ମାହିର ବୋଲି ଜାଣି ତାଙ୍କୁ ସଂପର୍କ କରିଥିଲେ । ଖବର ପାଇ ଆୟକର ବିଭାଗ ଅଧିକାରୀ ଶେରସିଂହ ସାପ ଅଚେତ ପଡ଼ିଥିବା ସ୍ଥାନରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ସାପକୁ ପାଣି ଦେବା ଦ୍ୱାରା ସାପଟି ବାନ୍ତି କରିଥିଲା । ଯାହା ଦ୍ୱାରା ତା’ ଶରୀରର ସବୁ ବିଷ ବାହାରକୁ ବାହାରି ଯାଇଥିଲା ଓ ସାପର ଜୀବନ ବଂଚିଯାଇଥିଲା ।