ସାବଧାନ ! ୨୦ ହଜାରରୁ ଅଧିକ କ୍ୟାସ୍ ଟ୍ରାଞ୍ଜାକ୍ସନ୍ କରୁଥିଲେ ଆପଣଙ୍କ ପାଖକୁ ମଧ୍ୟ ଆୟକର ବିଭାଗ ପଠାଇପାରନ୍ତି ନୋଟିସ୍ ।

1,024

ପ୍ରୋପର୍ଟି ରେଜିଷ୍ଟ୍ରେସନର ନୂଆ ନିୟମ ଅନୁସାରେ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନ୍ କରୁଥିବା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ବିଭାଗ ତରଫରୁ ନୋଟିସ୍ ପଠାଇବା ଆରମ୍ଭ କରାଯାଇଛି । ସୁତ୍ର ମୁତାବକ , ବିଭାଗ ତରଫରୁ ଏହିଭଳି ୨୭ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ଇନକମ୍ ଟ୍ୟାକ୍ସ ସାମ୍ନାକୁ ଏହିଭଳି ୨୬,୮୩୦ ଟି ମାମଲା ସାମ୍ନାକୁ ଆସିଛି । ମୋଟ ୭,୦୦୦ କୋଟି ଟଙ୍କାରୁ ଅଧିକ କ୍ୟାଶ୍ ଟ୍ରାଞ୍ଜାକ୍ସନ୍ ହୋଇଛି । ଏହି ସବୁ ମାମଲା ଅସେସମେଣ୍ଟ୍ ବର୍ଷ ୨୦୧୮-୧୯ ମଧ୍ୟରେ ହୋଇଛି । ସେହିଭଳି ୫ ଲକ୍ଷରୁ ଅଧିକ କ୍ୟାଶ୍ ନେଣଦେଣର ମୋଟ ୧୦,୦୦୦ ମାମଲା ସାମ୍ନାକୁ ଆସିଛି । ଆଇଟି ଏକ୍ଟ ଧାରା ୨୭୧ ମୁତାବକ କ୍ୟାଶ୍ ର ବରାବର ଜୋରିମାନା ଲାଗିପାରେ । ପ୍ରୋପର୍ଟି ରେଜିଷ୍ଟ୍ରେସନ୍ ରେ ୨୦,୦୦୦ ରୁ ଅଧିକ କ୍ୟାଶ୍ ନେଣଦେଣ ଉପରେ ରୋକ ଲାଗିଥିଲା । ଦିଲ୍ଲୀରେ ମୋଟ ୨୦୦୦ ଏବଂ ହାଇଦ୍ରାବାଦ୍ ୧୭୦୦ ମାମଲା ସାମ୍ନାକୁ ଆସିଛି । ଯଦି ୨୦,୦୦୦ ରୁ ଅଧିକ କ୍ୟାଶ୍ ଟ୍ରାଞ୍ଜାକ୍ସନ୍ କରିବେ ଯଦି ଅସୁବିଧାରେ ପଡିବେ । କାରଣ ଇନକମ୍ ଟ୍ୟାକ୍ସ ବିଭାଗର ସେକ୍ସନ୍ ୨୬୯ଏସଏସ , ୨୬୯ଟି ଅନୁସାରେ ଯଦି କେହି ୨୦,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ୍ କରିଥାଏ ତେବେ ତାକୁ ସେହି ଅନୁସାରେ ହିଁ ଜୋରିମାନା ଲାଗିବ ।

 

କ୍ୟାଶ୍ ନେଣଦେଣ ଉପରେ କଡାକଡି ହେଲା ନିୟମ : ଇନକମ୍ ଟ୍ୟାକ୍ସ ବିଭାଗ ଟ୍ୟାକ୍ସର ନିୟମକୁ ନେଇ ଆମ୍ ଆଦମୀକୁ ସମୟ-ସମୟରେ ଜାଗୃତ ହେବା ରହିବା ଦରକାର । ଏହି ତଥ୍ୟ ଅନୁସାରେ ଯଦି ଆପଣ ଘର କିଣିବା କିମ୍ବା ବିକ୍ରି କରିବା ସମୟରେ ୨୦,୦୦୦ ରୁ ଅଧିକ କ୍ୟାଶ୍ ନେଣଦେଣ କରିପାରିବେ ନାର୍ହି । ଆୟକର ବିଭାଗ ଏହି ସଂବନ୍ଧରେ ଏକ ବିଜ୍ଞାପନ ମଧ୍ୟ ବାହାର କରିଛନ୍ତି । ଯଦି ଆପଣ ବିଭାଗର ନିୟମ ପାଳନ କରୁନାହାଁନ୍ତି ତେବେ ଆପଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।