କନକ ବ୍ୟୁରୋ : ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ନୋଟିସ ଦେଇଥିଲା । ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ସ୍ତବ୍ଧ ହୋଇଯାଇଥିଲେ । ଏହି ନୋଟିସ ଦେଇ ଆୟକର ବିଭାଗ ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ କହିଥିଲା । ଏହାପରେ ରିକ୍ସା ଚାଳକ ଉକ୍ତ ନୋଟିସ ଧରି ପୁଲିସ ନିକଟରେ ପହଞ୍ଚି ଯାଇଥିଲେ । ପ୍ରକାଶିତ ରିପୋର୍ଟ ମୁତାବକ, ବାକଲପୁର ଅଞ୍ଚଳରେ ଅମର କଲୋନି ନିବାସୀ ପ୍ରତାପ ସିଂ ଆଇଟି ବିଭାଗରୁ ନୋଟିସ ପାଇବା ପରେ ହାଇୱେ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ ।  ପୁଲିସ ଏହି ଘଟଣାରେ ଏଯାବତ ମାମଲା ରୁଜୁ କରିନାହିଁ । କିନ୍ତୁ ମାମଲା ଯାଞ୍ଚ କରାଯାଉଛି ।

Advertisment

ତେବେ ସୋସିଆଲ ମିଡିଆ‌ରେ ଏକ ଭିଡିଓ ଅପଲୋଡ କରି ପ୍ରତାପ ସିଂହ ନିଜ ସହିତ ଘଟିଥିବା ଘଟଣାକୁ ଆଲୋଚନା କରିଛନ୍ତି । ପ୍ରତାପ କହିଛନ୍ତି, ମାର୍ଚ୍ଚ ୧୫ ତାରିଖରେ ସେ ବାକଲପୁରରେ ଜନସୁବିଧା କେନ୍ଦ୍ର ଓ ପାନକାର୍ଡ ପାଇଁ ଆବେଦନ କରିଥିଲେ ।  କାରଣ ବ୍ୟାଙ୍କ ତାଙ୍କୁ ପାନକାର୍ଡ ଜମା କରିବାକୁ କହିଥିଲା । ଜନ ସୁବିଧା କେନ୍ଦ୍ର ପକ୍ଷରୁ କୁହାଯାଇଥିଲା କି  ପାନକାର୍ଡ ଗୋଟିଏ ମାସ ମଧ୍ୟରେ ଆସିଯିବ । କିନ୍ତୁ ତାହା ଆସିଲା ନାହିଁ । ତାଙ୍କ ପାନକାର୍ଡଙ୍କୁ ସଞ୍ଜୟ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇ ଦିଆଯାଇଥିଲା ।

ପ୍ରତାପ ଯେତେବେଳେ ବାରମ୍ବାର ପାନକାର୍ଡ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଇଥିଲେ ସେଠାରେ ତାଙ୍କୁ ପାନକାର୍ଡର କଲର ପ୍ରିଣ୍ଟ ଦେଇ ଦେଇଥିଲେ । ରିକ୍ସା ଚାଳକ ଜଣକ ପଢ଼ାଲେଖା ନଥିବାରୁ ସେ ଏହି ପାନକାର୍ଡ ଆରିଜିନାଲ କି ଡୁପ୍ଲିକେଟ ତାହା ଜାଣି ପାରି ନଥିଲେ । ପ୍ରତାପଙ୍କୁ ଯେତେବେଳେ ଆଇଟି ଡିପାର୍ଟମେଣ୍ଟରୁ କଲ ଆସିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆୟକର ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ । ପ୍ରତାପ ଯେତେବେଳେ କହିଥିଲେ ସେ ଜଣେ ରିକ୍ସା ଚାଳକ ତାଙ୍କ ନାମରେ ଏତେଗୁଡ଼ିଏ ଟଙ୍କାର ନୋଟିସ କିପରି ଆସିଲା ? ଏହାପରେ ଅଧିକାରୀ ଏନେଇ ଥାନାରେ ମାମଲା ରୁଜୁ କରିବା ପାଇଁ ପ୍ରତାପଙ୍କୁ କହିଥିଲେ ।