ନିର୍ବାଚନ ପୂର୍ବରୁ ଡିଏମକେ ନେତା ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘରେ ଆୟକର ବିଭାଗର ଚଢାଉ । ଏପ୍ରିଲ ୬ ରେ ହେବାକୁ ଅଛି ଭୋଟ ଗ୍ରହଣ

111

କନକ ବ୍ୟୁରୋ : ତାମିଲନାଡୁ ବିଧାନସଭା ନିର୍ବାଚରେ ଭୋଟଗ୍ରହଣକୁ ମାତ୍ର ୪ ଦିନ ବାକିଥିବା ବେଳେ ଆଜି ଡିଏମକେ ନେତା ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଡିଏମକେ ମୁଖ୍ୟ ଏମ୍.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରୀସନ୍ ଙ୍କ ଘର, ଫାର୍ମ ହାଉସ୍, ସମେତ ଅନ୍ୟ କିଛି ସ୍ଥାନରେ ଚଢାଉ କରିଛି ଆୟକରବିଭାଗ । ଚଢାଉ ବେଳେ କ’ଣ ଜବତ୍ ହୋଇଛି ତାହାର ସୂଚନା ମିଳିନଥିବା ବେଳେ ସବରୀନଙ୍କ ଘରେ ବହୁମାତ୍ରାରେ ଟଙ୍କା ଥିବାର ସୂଚନା ପାଇ ଆୟକର ବିଭାଗ ଚଢାଉ କରିଥିବା ଜଣାପଡିଛି ।

କହିରଖୁ କି ତାମିଲନାଡୁ ବିଧାନସଭାର ୨୩୪ ଆସନ ପାଇଁ ଏପ୍ରିଲ ୬ ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । କହିରଖୁ କି ଏହାପୂର୍ବରୁ ଡିଏମକେ ନେତା ଏ.ରାଜାଙ୍କ ଉପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଦଳର ତାରକା ପ୍ରଚାରକ ତାଲିକାରୁ ହଟାଇବା ସହ ୪୮ ଘଂଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ. ରାଜାଙ୍କ ଉପରେ ଅଭିଯୋଗ ଥିଲା କି ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ଓ ତାଙ୍କ ମା’ଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ।

ଅନ୍ୟପଟେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅଭିଯୋଗ କରିଛି ଡିଏମକେ । ଡିଏମକେ ତରଫରୁ କୁହାଯାଇଛି କି ନିର୍ବାଚନ ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ପ୍ରଣୋଦିତ । ଏହାକୁ ତାମିଲନାଡୁର ଭୋଟରମାନେ ବୁଝି ସାରିଛନ୍ତି । ଯାହାର ଯବାବ ସେମାନେ ଇଭିଏମ୍ ରେ ଦେବେ ।