ବଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ । ଟିକସ ଫାଙ୍କିଥିବା ଅଭିଯୋଗ ।

Advertisment
ବଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ । ଟିକସ ଫାଙ୍କିଥିବା ଅଭିଯୋଗ ।

କନକ ବ୍ୟୁରୋ: ସୁବ୍ରତ ଛାଟୋଇଙ୍କ ବଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ । ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଏହି କୋଚିଂ ସେଣ୍ଟରରେ ଆଇଟି ରେଡ୍ କରୁଛି । କୋଚିଂ ସେଣ୍ଟରରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଂଚ କରାଯାଉଥିବା ଜଣାପଡ଼ିଛି । ରାତି ୪ଟାରୁ ଆୟକର ବିଭାଗର ଅଧିକାରୀ ଚଢାଉ କରୁଥିବା ସୂଚନା ମିଳିଛି ।

ଗତବର୍ଷ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରିଥିଲା । ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ବଣିକ କୋଚିଂ ସେଂଟରରେ ରେଡ୍ କରିଥିଲା । ଏବେ ପାଖାପାଖି ବର୍ଷେ ପରେ ପୁଣି ଥରେ ଆୟକର ବିଭାଗ ଏହି କୋଚିଂ ସେଣ୍ଟର ଉପରେ ରେଡ୍ କରିଛି । କୋଚିଂ ସେଣ୍ଟର ସହ ଅନ୍ୟ କିଛି ସ୍ଥାନରେ ମଧ୍ୟ ରେଡ୍ ହେଉଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe