ବଢିଲା ଅମିତାଭଙ୍କ ଅଡୁଆ । ବିଗ୍ ବିଙ୍କ ପିଛା ଛାଡ଼ୁନି ପାନାମା ବିବାଦ । ଏବେ ଏହି ମାମଲା ନେଇ ଆକ୍ରମଣାତ୍ମକ ଅଭିଯାନ କରିଛି ଆୟକର ବିଭାଗ । ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଆୟକର ବିଭାଗ ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ବ୍ରିଟିଶ୍ ଭର୍ଜିନ୍ ଆଇଲାଣ୍ଡସକୁ ପଠାଇଛି । କାରିବିୟାନସ୍ଥିତ ବ୍ରିଟିଶ୍ ଭର୍ଜିନ ଆଇଲାଣ୍ଡସକୁ ଆୟକର ଟିକସର ସ୍ୱର୍ଗ ବୋଲି ଗଣାଯାଏ ।
ତେବେ ଅମିତାଭଙ୍କ ବିରୋଧରେରେ ଆସିଥିବା ଅଭିଯୋଗରେ ପଦକ୍ଷେପ ନିଆଯାଉଛି ବୋଲି ପଚାରିବାରୁ ଜଣେ ଅଧିକାରୀ କହିଛନ୍ତି, ଶ୍ରୀ ବଚ୍ଚନ କହୁଛନ୍ତି ଯେ କାଗଜପତ୍ରରେ ଉଲ୍ଲେଖ କରାଯାଇଥିବା ଫାର୍ମଗୁଡ଼ିକର ସେ ମାଲିକ ନୁହନ୍ତି । ତେଣୁ ଆମେ ଖାଲି ତଦନ୍ତ କରିବୁ । ଆମକୁ ସୂଚନା ଖୋଜିବାକୁ ପଡ଼ିବ । ସେପଟେ କୌଣସି ଭୁଲ୍ କରିଥିବା କଥାକୁ ବଚ୍ଚନ ଅସ୍ୱୀକାର କରି କହିଛନ୍ତି, ଭାରତୀୟ ନିୟମ ଅନୁଯାୟୀ ତାଙ୍କର ଦରିଆପାରି ଅର୍ଥନୈତିକ କାରବାର ହୋଇଛି।
ପାନାମା ପେପର୍ସରେ ଅନେକ ଅଭିନେତା, ରାଜନେତା ଏବଂ ବ୍ୟବସାୟୀଙ୍କ ନାଁ ଉଠିଛି । ତେବେ ପ୍ରକାଶିତ ୩୩ ଜଣଙ୍କ ନାଁରେ ଆୟକର ବିଭାଗ ମକଦ୍ଦମା ଆରମ୍ଭ କରି ବାକି ଅନ୍ୟମାନଙ୍କ ବିଷୟରେ ତଦନ୍ତ କରୁଛି ।