ଆଲମିରା ଭିତରେ ଟଙ୍କା ଗୋଦାମ, ପୁଳା ପୁଳା ଟଙ୍କା ଦେଖି ଚକିତ ହୋଇଗଲେ ଆୟକର କର୍ମଚାରୀ

4,693

କନକ ବ୍ୟୁରୋ : ମାତ୍ର କେଇଟା ଟଙ୍କା ରୋଜଗାର କରିବା ଏବେ ସାଧାରଣ ମଣିଷଟିଏ ପାଇଁ କେତେ ଯେ କଷ୍ଟ ତାହା ସେ ହିଁ କେବଳ ଅନୁଭବ କରିପାରିବ । ଗୋଟିଏ ଦିନରେ ୩୦୦-୫୦୦ ଟଙ୍କା ରୋଜଗାର କରିବାକୁ ଜଣେ ଶ୍ରମିକ କେତେ ଥର ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଥାଏ । ହେଲେ ଘରେ ପହଂଚିବା ବେଳକୁ ତା ପକେଟରୁ ଟଙ୍କା ସରିଯାଏ । ଘରର ଆଲମିରା ଖୋଲି ଟଙ୍କା ରଖିବା ଯେମିତି ତା ପାଇଁ ସାତ ସପନ । ହେଲେ ଏ ଦେଶର କିଛି ଲୋକ କଳାବଜାରୀ କରି, ସରକାରଙ୍କୁ ଶହ ଶହ କୋଟି ଟଙ୍କାର ଆୟକର ଫାଙ୍କିବା ମାମଲା ଆପଣ ଅନେକ ଥର ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିବେ । ହେଲେ ଆମେ ଏମିତି ଜଣେ ଆୟକର ଠକର କଥା କହିବାକୁ ଯାଉଛୁ ଯାହାର ଆଲମିରାରୁ ୧୪୨ କୋଟି ଟଙ୍କା ମିଳିଛି ।

ଆୟକର ବିଭାଗ ‘ହେଟେରୋ’ ଫାର୍ମସ୍ୟୁଟିକାଲ ଗ୍ରୁପ ଉପରେ ଚଢାଉ କରିଥିଲା । ଚଢାଉ କରୁଥିବା କର୍ମଚାରୀ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେମାନଙ୍କୁ ଏହି ଫାର୍ମାସ୍ୟୁଟିକାଲ ଅଫିସର ଏକ ଆଲମିରାରୁ ୧୪୨ କୋଟି ଟଙ୍କା ମିଳିଥିଲା । ଏହି କମ୍ପାନୀ ତାର ଅଧିକାଂଶ ଉତ୍ପାଦ ବିଦେଶ ଅର୍ଥାତ ୟୁଏସ୍, ୟୁରୋପ, ଦୁବାଇ ଓ ଅନ୍ୟ ଆଫ୍ରିକୀୟ ଦେଶମାନଙ୍କୁ ରପ୍ତାନୀ କରିଥାଏ । ଆୟକର ବିଭାଗ ୬ ଟି ରାଜ୍ୟର ୫୦ ରୁ ଉର୍ଦ୍ଧ ଉକ୍ତ କମ୍ପାନୀର କାର୍ଯ୍ୟାଳୟ ଉପରେ ଚଢାଉ କରିଛି ।

ଚଢାଉ ବେଳେ ଆୟକର ବିଭାଗକୁ କିଛି ଠିକଣାର ସନ୍ଧାନ ମିଳିଥିଲା ଯେଉଁଠାରେ ଖାତା, ବହି ଓ ନଗଦ ଟଙ୍କାର ସେଟ୍ ମିଳିଥିଲା । ଡିଜିଟାଲ ଉପକରଣ, ପେନ୍ ଡ୍ରାଇଭ ଓ ଅନ୍ୟ କିଛି ଦସ୍ତାବିଜ୍ ବି ମଳିଥିଲା । ଯାହାକୁ ଆୟକର ବିଭାଗ ଜବତ୍ କରିଛି । ଏହି ଉପକରଣରୁ ଆୟକର ଫାଙ୍କିଥିବା ନେଇ ଅନେକ ସୂଚନା ମିଳିଛି ।

କେବଳ ସେତିକି ନୁହେଁ ଏହି ଉପକରଣରୁ ଜମି କିଣିବା ପାଇଁ କମ୍ପାନୀ ତରଫରୁ କୋଟି କୋଟି ଟଙ୍କା ବେଆଇନ ଭାବେ ଦିଆଯାଇଥିବା ବି କୁହାଯାଇଛି । ହେଲେ ସବୁଠାରୁ ବଡକଥା ହାଇଦ୍ରାଦ ସ୍ଥିତ କମ୍ପାନୀର କାର୍ଯ୍ୟାଳୟରେ ଚଢାଉ ବେଳେ ଏକ ଆଲମିରାରୁ ଆୟକର ବିଭାଗ ୧୪୨ କୋଟି ଟଙ୍କାର ନଗଦ ରାଶି ସିଜ୍ କରିଛି ।