କନକ ବ୍ୟୁରୋ: ଝାରସୁଗୁଡ଼ାରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ରାତିରୁ ବିଶାଳ ଦାସଙ୍କ ଜଣେ କର୍ମଚାରୀଙ୍କ ଘରେ ଆଇଟି ରେଡ୍ କରୁଛି । ରେଡରେ ଦୁଇ ଜଣ ଆଇଟି ଅଧିକାରୀ ସାମିଲ ହୋଇଛନ୍ତି । ଗତକାଲି ବିଶାଳ ଦାସଙ୍କୁ ୪ ଘଣ୍ଟା ଆଇଟି ଅଧିକାରୀ ପଚରା ଉଚରା କରି ଛାଡିଥିବା ସୂଚନା ମିଳିଥିଲା । ଏଥିସହ ତାଙ୍କର ଜଣେ ସହଯୋଗୀଙ୍କୁ ଆଇଟି ବିଭାଗ ଅଟକ ରଖି ପଚରାଉଚରା କରୁଥିବା ଖବର ଆସିଥିଲା ।
କାଲି ଅପରାହ୍ନରେ ବିଶାଳ ଏକ ଘରୋଇ ହୋଟେଲରେ ଥିବା ବେଳେ ଆଇଟି ଟିମ୍ ଚଢାଉ କରିଥିଲେ । ତେବେ ହୋଟେଲରୁ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ । ଏହାପରେ ବିଶାଳ ଦାସଙ୍କୁ ଝାରସୁଗୁଡାର ମେଫେୟାର ହୋଟେଲକୁ ନିଆଯାଇ ୪ ଘଣ୍ଟା ପଚରାଉଚରା କରିବା ପରେ ଛାଡିଥିଲେ ଆଇଟି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/10-15.jpg)