ଆୟକର ବିଭାଗର ସତର୍କ ସୂଚନା : ଚାକିରୀ କରିବା ସମୟରେ କରନ୍ତୁ ନାହିଁ ଏହି କାମ, ଚାକିରୀ ଚାଲିଯିବା ସହିତ ଯାଇପାରନ୍ତି ଜେଲ

46

ଚାକିରୀ କରୁଥିବା ଲୋକ ଅଧିକାଂଶ ସମୟରେ ଆୟକର ରିର୍ଟନ ଭରୁଥିବା ସମୟରେ କିଛି ବ୍ୟକ୍ତିଗତ ତଥ୍ୟ ଲୁଚାଇ ଦିଅନ୍ତି ଓ ଆୟକର ବିଭାଗକୁ ଭୁଲ ତଥ୍ୟ ଦେଇଥାନ୍ତି । କିନ୍ତୁ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟ ଆପଣଙ୍କୁ ବିପଦରେ ପକାଇ ପାରିବ । ଏହାକୁ ନେଇ ନିକଟରେ ଆଇଟି ବିଭାଗ ଚାକିରୀଆଙ୍କୁ ଚେତାବନୀ ଦେଇଛି । ସର୍ବପ୍ରଥମେ ଜାଣନ୍ତୁ କ’ଣ ଚେତାବନୀ ଦେଇଛି ବିଭାଗ ।

ଖବର ଅନୁସାରେ, ଆୟକର ବିଭାଗ ଏମିତି ଲୋକଙ୍କୁ ଚେତାବନୀ ଦେଇଛି, ଯେଉଁ ଚାକିରୀଆ ମାନେ ଆୟକର ରିର୍ଟନରେ ନିଜର ଆୟକୁ କମ କରିକି ଦେଖାନ୍ତି କିମ୍ବା ଆୟକର ରିର୍ଟନର ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ମୁକଦ୍ଦମା କରାଯିବା ସହିତ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆପଣଙ୍କୁ ଜଣାଇରଖୁଛୁ ଯେ, ଆଇଟିଆର ଫାଇଲ କରିବା ପୂର୍ବରୁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ ।

• ଅଧିକାଂଶ ଲୋକ ଟ୍ୟାକ୍ସ ବଂଚାଇବା ପାଇଁ ଜାଲି ଏଚଆରଏମ ବିଲ କ୍ଲେମ କରନ୍ତି । ଏମିତିରେ ଏହି ଜାଲି ଦସ୍ତାବିଜ ଆପଣଙ୍କୁ ମୁସ୍କିଲରେ ପକାଇପାରେ । ଏମିତି ବିଲ କ୍ଲେମ କଲେ ଆୟକର ବିଭାଗର ଗାଇଡ ଲାଇନ ମୁତାବକ ଜେଲ ବି ଯିବାର ସମ୍ଭାବନା ଅଛି ।

• ଏଲଆଇସି ବିଲ, ମେଡିକାଲ ବୀମା ଭଳି ପେମେଣ୍ଟ ୨୬ ଏଏସରୁ ମିଳୁଥିବା ରିହାତିର ଧ୍ୟାନ ରଖିବା ଉଚିତ । ଜାଲି ଦସ୍ତାବିଜ ଲଗାଇବା ଦ୍ୱାରା ଆୟକର ବିଭାଗ ସହଜରେ ଧରିବ ଓ ଆପଣ ଜେଲର ହାୱା ଖାଇପାରନ୍ତି ।

• ବେଳେବେଳେ ଲୋକଙ୍କ ମଧ୍ୟରେ ଫର୍ମ ସିଲେକ୍ସନର ଅଭାବରୁ ଭୁଲ ହୋଇଯାଇଥାଏ ଓ ଫର୍ମ ରିଜେକ୍ଟ ହୋଇଯାଇଥାଏ । ଏହି ଭୁଲ କାରଣରୁ ଆପଣ ଅସୁବିଧାରେ ପଡିପାରନ୍ତି । ନିଜ କ୍ୟାଟେଗୋରୀ ହିସାବରେ ଠିକ ରିର୍ଟନ ଫର୍ମର ଚୟନ କରନ୍ତୁ ।

• ଆଇଟିଆର ଫର୍ମରେ ପାନ ନମ୍ବର ଠାରୁ ଆରମ୍ଭ କରି ଆକାଉଣ୍ଟ ନମ୍ବର ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭରିବାକୁ ପଡେ । ଏହାକୁ ଭରିବା ସମୟରେ ଯଦି ଭୁଲ ହୋଇଯାଏ, ତେବେ ରିର୍ଟନ ରିଜେକ୍ଟ ହେବା ସହିତ ଜରିମାନା ବି ଭରିବାକୁ ପଡିପାରେ ।

• ଯଦି ଆପଣ ଦରମା ବ୍ୟତୀତ ଆଉ ଅନ୍ୟ କୈାଣସି ଉପାୟରେ ରୋଜଗାର କରୁଛନ୍ତି, ତେବେ ଆୟକର ବିଭାଗକୁ ଏହାର ତଥ୍ୟ ପ୍ରଦାନ କରନ୍ତୁ ।

• ଅଧିକାଂଶ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ଏବଂ ବ୍ୟାଙ୍କରେ ଜମା ଫିକ୍ସ ଡିପୋଜିଟ ମିଳୁଥିବା ସୁଧ ହାରର ସୂଚନା ଦେଉନାହାଁନ୍ତି, ତେବେ ଆପଣଙ୍କୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।