ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ

ଆୟକର ସୀମାରେ ହେଲାନି କୌଣସି ପରିବର୍ତ୍ତନ

225

କନକ ବ୍ୟୁରୋ: ସାଧାରଣ ବଜେଟରେ ଆୟକର ସୀମାରେ ହେଲା ନାହିଁ କୌଣସି ବି ପରିବର୍ତ୍ତନ । ବରିଷ୍ଠ ପେନସନ ଭୋଗୀଙ୍କୁ ଆୟକରରେ ମିଳିବ ରିହାତି । ତେବେ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କ ପାଇଁ ଆୟକର ସଂପୂର୍ଣ୍ଣ ଭାବେ ଛାଡ କରିବାକୁ ବଜେଟ-୨୧-୨୨ରେ ସଂସଦରେ ଘୋଷଣା କରାଯାଇଛି ।

ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ଯେତେବେଳେ ସାରାବିଶ୍ୱ ସଂକଟ ଦେଇ ଗତି କରୁଥିଲା ସେତେବେଳେ ସମସ୍ତଙ୍କର ନଜର ଭାରତ ଉପରେ ରହିଥିଲା । ଏଭଳି ପରିସ୍ଥିତିରେ ଆମେ ନିଜ ଟିକସଦାତାଙ୍କୁ ସବୁ ପ୍ରକାର ସୁବିଧା ଦେବାକୁ ଚାହିଁଲୁ । ଆଜି ସଂସଦରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ,  ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଏବେ ଟିକସରେ ଆଶ୍ୱସ୍ତ କରାଯାଇଛି । ଏଣିକି ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆଉ ଆଇଟିଆର ଭରିବାକୁ ପଡିବ ନାହିଁ । ତେବେ ଏହି ସୁବିଧାର ଲାଭ କେବଳ ପେନସନଭୋଗୀମାନେ ହିଁ ଉଠାଇପାରିବେ ।

ସେହିଭଳି ବଜେଟରେ ଆହୁରି ମଧ୍ୟ ଘୋଷଣା କରାଯାଇଛି କି, ସାଧାରଣତଃ ଏନଆରଆଇଙ୍କୁ ଟିକସ ଭରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏଥର ସେମାନଙ୍କୁ ଡବଲ ଟ୍ୟାକ୍ସ ସିଷ୍ଟମରୁ ଆଶ୍ୱସ୍ତି ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ,  ଟ୍ୟାକ୍ସ ଦେବା ପାଇଁ ଷ୍ଟାର୍ଟ ଅପ୍ ପାଇଁ ପ୍ରାରମ୍ଭିକ ଛାଡ ବର୍ତ୍ତମାନ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।