କନକ ବ୍ୟୁରୋ : ରାଜ୍ୟରେ ୨୦୧୨ ରେ ଚାଷୀ ପରିବାରର ମାସିକ ଆୟ ଥିଲା ୪୯୭୬ । ୨୦୧୯ରେ ଚାଷୀଙ୍କ ମାସିକ ଆୟ ୫୦୧୨ ଟଙ୍କା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ୨୦୧୯ରେ ସର୍ବେକ୍ଷଣ ସମୟରେ ଫନି, ତିତିଲି ପରି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଚାଷୀଙ୍କ ଆୟ ପ୍ରଭାବିତ କରିଛି। ଏନେଇ ଗୃହରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ସେହିଭଳି ସରକାର ଭାଗ ଚାଷୀଙ୍କୁ କାହିଁକି ମାନ୍ୟତା ଦେଉନାହାନ୍ତି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଭାଗଚାଷୀ ବି ଚାଷୀ । ସେମାନଙ୍କୁ ମାନ୍ୟତା ଆଉ କଣ ବା ଦିଆଯିବ? ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁନଥିଲା । କିନ୍ତୁ ଗତ କିଛି ଦିନ ହେବ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି । ଭାଗ ଚାଷୀଙ୍କ ପାଇଁ ବଳରାମ ଯୋଜନା କରାଯାଇଛି। ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଥିବା କହିଛନ୍ତି ମନ୍ତ୍ରୀ।
ସେହିଭଳି କୃଷି ମନ୍ତ୍ରୀ କହିଛନ୍ତି,ଚାଷୀଙ୍କ ଆୟ ନିର୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା. ୨୦୦୨-୦୩ରେ ହୋଇଥିଲା. ତା ପରେ ୨୦୧୨-୧୩ରେ ହେଲା. ହେଲେ ହଠାତ ଏହାକୁ ୬ ବର୍ଷ କରାଗଲା. ୨୦୨୨-୨୩ ବଦଳରେ ୨୦୧୯ରେ ହେଲା. ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ. ନିର୍ବାଚନ ବର୍ଷ ଥିବାରୁ ଏହା କରାଯାଇଥିବା ନେଇ ସେ ଗୃହରେ ଅଭିଯୋଗ ଉଠାଇଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/farmingindia_660_013019043251.jpg)