ଛାତରେ ଖେଳୁଥିବା ବେଳେ ଅଘଟଣ : କୁନି ଶିଶୁର ବେକରେ ପଶିଗଲା ଲୁହା ରଡ, ଏମକେସିଜିରେ ଅସ୍ତ୍ରୋପଚାର କରି ବାହାର କରାଗଲା ଲୁହା ରଡ; ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

339

କନକ ବ୍ୟୁରୋ : ଏମକେସିଜିରେ ସଫଳ ହେଲା ଅସ୍ତ୍ରୋପଚାର । ୪ ବର୍ଷର ବାଳିକାର ବେକରୁ ବାହାର କରାଗଲା ଲୁହାରଡ । ବେକର ଲୁହା ରଡ ପଶି ଯାଇଥିବା ବେଳେ ଅସ୍ତ୍ରୋପଚରା କରି ବାହାର କରିଛନ୍ତି ଡାକ୍ତର । ଏବେ ବାଳିକାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଲକଶଣ୍ଢା ଗାଁର ଅରୁଣ ଗୌଡଙ୍କ ୪ ବର୍ଷ ଝିଅ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ମାଆ ସହ ଅଜା ଘର ବେଣୀପଟା ଗାଁକୁ ଯାଇଥିବା ବେଳେ ସକାଳେ ଖେଳିବା ବେଳେ ଲୁହାରଡ ଝିଅକ ବେକରେ ଗୋଟିଏ ପଟେ ପଶି ଆରପଟେ ବାହାରି ଯାଇଥିଲା । ଗୁରୁତର ଅବସ୍ଥାରେ ବାଳିକାକୁ ଏମକେସିଜିକୁ ଅଣାଯାଇଥିଲା ।

ଦିନ ୧୨ଟାରେ ମେଡିକାଲକୁ ପହଂଚିଥିବା ବେଳେ ଅପରାହ୍ନ ୪ଟାରେ ଅସ୍ତ୍ରୋପଚରା ଆରମ୍ଭ କରାଯାଇଥିଲା । ଆବଶ୍ୟକୀୟ ରକ୍ତ ଓ ପରୀକ୍ଷା ପାଇଁ ବିଳମ୍ବ ଘଟିଲା ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ସେପଟେ ଶିଶୁର ଅପରେସନ ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।