କନକ ବ୍ୟୁରୋ: ହୋଲି ସାରି ନଦୀରେ ଗାଧେଇବାକୁ ଗଲାବେଳେ ନିଖୋଜ ହୋଇଯାଇଛନ୍ତି ଯୁବକ । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବରପଡା ନାଗାମଠଠାରେ । ନିଖୋଜ ଯୁବକଙ୍କ ନାଁ ରାଜକିଶୋର ସେନାପତି ବୋଲି ବୋଲି ଜଣାପଡିଛି ।

Advertisment

ହୋଲି ସାରି ରାଜକିଶୋର ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡିଯାଇଥିଲେ । ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରିରଖିଛି ।