ଚନ୍ଦ୍ରଶେଖରପୁର ଅଞ୍ଚଳରେ ଯୁବକଙ୍କ ଗୁଣ୍ଡାରାଜ ଘଟଣା । ୩୪ ଅଭିଯୁକ୍ତଙ୍କୁ ଗିରଫ ସହ କରାଯିବ କୋର୍ଟଚାଲାଣ । ଜାଣନ୍ତୁ, ସେମାନେ କିଏ କିଏ…

163

କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଯୁବକଙ୍କ ଉତ୍ପାତ୍ ଘଟଣା ନେଇ ୩୪ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୁଲିସ । ଏହି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବହୁ ପୁରୁଣା ଦାଗୀ ଓ ଜେଲ୍ ଫେରନ୍ତା । ଆକ୍ରମଣ କରିଥିବା କିଛି ଯୁବକ ମାନେ ହେଲେ ସଂଜୀବ ସ୍ୱାଇଁ , ବିଭୂ ପ୍ରସାଦ ଜେନା ।

ଏମାନେ ସମସ୍ତେ ଅତ୍ୟଧିକ ମଦ୍ୟପାନ କରିଥିବା ବେଳେ ନିଶାସକ୍ତ ହୋଇ ବସ୍ତି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଗେଟ ପାଖରେ ଥିବା ସୁରକ୍ଷାକର୍ମୀ ଅଟକାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ବୁବୁ ଜେନା, ଜିତ୍, ରାଜା, ଚେଙ୍ଗ, ଡୁପୁଲ, ସିଲୁ, ସିପୁ, ଓମ୍, ଜିତ୍ ସହ ୧୦ ଜଣ ବାର୍ ପାଖକୁ ଆସି ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେହିଭଳି ସେଠାରେ ବଡ ବଡ ପଥର ଖଣ୍ଡ ମୁଣ୍ଡକୁ ମାରି ଆକ୍ରମଣ କରିଥିଲେ ।

ଭୁବନେଶ୍ୱରର ଏକ କ୍ଲବ ଆଗରେ ରକ୍ତ ଚରିତ୍ର ରିଟର୍ଣ୍ଣସ ନାରା ଦେଇ, ୩୦ରୁ ଅଧିକ ଯୁବକ ଗଣ୍ଡଗୋଳ କରିଥିଲେ । ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ରବିବାର ରାତି ଠିକ୍ ୧୨ଟାରେ କିଛି ଯୁବକ ଆସି ଏହି କ୍ଲବକୁ ଯିବା ପାଇଁ କହିଥିଲେ । କିନ୍ତୁ ଭିତରେ ଫ୍ୟାମିଲି ଥିବାରୁ ସନ୍ଦେହଜନକ ଅବସ୍ଥାରେ ଥିବା ଏହି ଯୁବକଙ୍କୁ ଭିତରକୁ ଛାଡ଼ି ନଥିଲେ ସିକ୍ୟୁରିଟି ଗାର୍ଡ । ଯାହାକୁ ନେଇ ଏହି ଯୁବକମାନେ ଉତକ୍ଷିପ୍ତ ହାଇଯାଇଥିଲେ ।

ନଜର ପକାନ୍ତୁ, ଗିରଫ ୩୪ ଅଭିଯୁକ୍ତଙ୍କ ନାଁ

୧- ରବି ନାରାୟଣ ମହାନ୍ତି ଓରଫ୍ ମୁନା (୧୮)
୨-ସୁଧାଂଶୁ ଶେଖର ସାହୁ ଓରଫ୍ ତପୁ (୧୮)
୩-ରାଜେଶ ନାୟକ (୨୭)
୪-ରବିନ୍ଦ୍ର ଖଟୁଆ (୨୮)
୫-ସାଇ କ୍ରିଷ୍ଣା ମହାପାତ୍ର (୩୫)
୬-ଅଭୟ ଷଡଙ୍ଗୀ ଓରଫ ଗୁଡୁ (୧୯)
୭-ଶୁଭ୍ରଜିତ୍ ରୟ (୧୯)
୮-ଅମ୍ଳାନ ମହାନ୍ତି (୨୧)
୯-ଦୀପକ କୁମାର ବେହେରା
୧୦-ଶିବସୁନ୍ଦର ପାରଙ୍ଗ(୧୮)
୧୧-ପ୍ରଭୁ ତ୍ରିପାଠୀ ଓରଫ ରିଙ୍କୁ (୨୬)
୧୨-ସରୋଜ ପ୍ରଧାନ (୩୫)
୧୩-ବାସୁଦେବ ଦେବତା (୨୮)
୧୪-ଅଭିଷେକ ମହାନ୍ତି (୨୫)
୧୫-ଦେବାଶିଷ ମଙ୍ଗରାଜ (୨୧)
୧୬-ସୁମନ ବେହେରା (୨୧)
୧୭-ଚିନ୍ମୟ ସ୍ୱାଇଁ(୨୪)
୧୮-ଶିବ ସାଇ ଦତ୍ତ (୨୨)
୧୯-ବୀରଭଦ୍ର ପାରଙ୍ଗ (୨୦)
୨୦- ଅମନ ଚମ୍ପତି (୨୧)
୨୧-ଅନନ୍ତ ପାଇକରାୟ(୨୭)
୨୨-ଦୀପକ ପୃଷ୍ଟି (୨୧)
୨୩-ଶୁଭମ କୁମାର ମନ୍ତ୍ରୀ(୨୫)
୨୪-ଶୁଖଦୀପ ସିଂ(୧୯)
୨୫-ଅମିତ କୁମାର ଜେନା (୨୩)
୨୬- ଦେବାଂଶୁ ପ୍ରଧାନ (୨୧)
୨୭-ସଞ୍ଜୟ ଖୁଂଟିଆ (୨୧)
୨୮-ଆଶୁତୋଷ ପାତ୍ର (୨୪)
୨୯-ଦୀକ୍ଷିତ୍ କଁହର (୧୯)
୩୦- ବିଶ୍ୱଜିତ୍ ବି.ଆର୍. ପରିଡା (୨୧)
୩୧-ସଚ୍ଚିନ୍ କରୱା (୨୨)
୩୨-ଅନୁଭବ ମିଶ୍ର (୨୦)
୩୩- ସନ୍ଦୀପ କୁମାର ପ୍ରଧାନ (୧୯)
୩୪-ସାହିଲ ଷଡଙ୍ଗୀ (୧୯)