କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବୈଠକ । ଜଣେ ମହିଳା ପ୍ରଫେସରଙ୍କୁ ଆଉ ଜଣେ ପ୍ରଫେସର ମାନସିକ ନିର୍ଯାତନା ଦେବା ଘଟଣାରେ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ପ୍ରଫେସର କମିଟିରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ସହକାରୀ ପ୍ରଫେସର ରଜତ କୁଜୁରଙ୍କ ନାଁ ଅଭିଯୋଗ ଆସିଛି । ସେ ବୈଠକରେ ନିଜର ପକ୍ଷ ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ତଦନ୍ତ ଚାଲିଥିବା ବେଳେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୌଣସି ନିଷ୍କର୍ସରେ ପହଂଚି ପାରିନାହିଁ ।
ରାଜନୀତି ବିଜ୍ଞାନର ଜଣେ ମହିଳା ଆସିଷ୍ଟାଣ୍ଡ ପ୍ରଫେସର ଅଭିଯୋଗ କରିଛନ୍ତି ଯେ, ରଜତ କୁଜୁରୁ ତାଙ୍କୁ ୭ ବର୍ଷ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏନେଇ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ପରେ ରଜତ କୁଜୁରଙ୍କୁ ନିଲମ୍ବିତ କରାଯାଇଛି । ପୂର୍ବରୁ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ୨ ମାସ ତଳେ ନିଲମ୍ବିତ ହୋଇଥିଲେ ରଜତ କୁଜୁରୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/vlcsnap-2023-08-29-07h49m11s553.png)