ମହିଳା ଏଏସଆଇଙ୍କ ମୃତ୍ୟୁ ଘଟଣା : ମାମଲା ରୁଜୁ କଲା ପୋଲିସ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦର କରାଗଲା ଭିଡିଓ ଗ୍ରାର୍ଫି

ରହସ୍ୟ ଘେରରେ ମହିଳା ଏଏସଆଇଙ୍କ ମୃତ୍ୟୁ : ଲୁଗୁନଙ୍କ ମୃତଦେହ ନେଉନାହିଁ ପରିବାର; ପିସିଆର ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲା ପୋଲିସ । ଲୁଗୁନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ସ୍ୱାମୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ ମୃତକଙ୍କ ସ୍ୱାମୀ । ଶବ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି ।

କେମିତି ହେଲା ଲୁଗୁନଙ୍କ ମୃତ୍ୟୁ? ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଏଏସ୍ଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଲିସା ନରିନ ଲୁଗୁନ, ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଥାନାରେ ଦେଇଥିବା ଏତଲାରେ ମଧ୍ୟ ଆଲିସା ନରିନ ଲୁଗୁନ ନାଁ ନେଇଥିଲେ ।

ସୁସ୍ମିତାଙ୍କ ମୃତ୍ୟୁ ପାଇଁ ଲୁଗୁନଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁ ନେଇଥିଲେ ତାଙ୍କ ଭାଇ । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ହେଲେ ଏସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍ପି । ସେ କହିଛନ୍ତି, ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଲୁଗୁନଙ୍କ ମୃତ୍ୟୁର କୌଣସି ସଂପର୍କ ନାହିଁ । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଏସ୍ପି ମିତ୍ରଭାନୁ ମହାପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe