କନକ ବ୍ୟୁରୋ: ପୋଖରୀରେ ବୁଡ଼ି ଅଙ୍ଗନବାଡି ଛାତ୍ର ମୃତ । କେନ୍ଦୁଝର ଖେଡିଆପଶି ଗାଁରେ ଅଘଟଣ । ସ୍କୁଲ ଛୁଟି ପରେ ପୋଖରୀରେ ଗାଧୋଇବାକୁ ଯାଇଥିଲେ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ଥିଲେ ଥିଲେ ଶୁଭମ ନାୟକ ଓ ଭୂମି ପଇଦା । ପାଣିରେ ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରକୁ ଚାଲିଯାଇଥିଲେ ଶୁଭମ ଓ ଭୂମି । ସ୍ଥାନୀୟ ଲୋକେ ଉୟଭଙ୍କୁ ଉଦ୍ଧାର କରିବା ବେଳକୁ ଶୁଭମଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଗରୁତର ଅବସ୍ଥାରେ ଭୂମିଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।
କେନ୍ଦୁଝର ଖେଡିଆପଶି ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ଅଙ୍ଗନବାଡି ଛାତ୍ରର ମୃତ୍ୟୁ, ଅନ୍ୟ ଜଣେ ଛାତ୍ରୀ ଗରୁତର
/kanak/media/post_attachments/wp-content/uploads/2023/07/16-8.jpg)