ମାଲକାନଗିରିରେ ପ୍ରବଳ ବର୍ଷା : ଦୁଇ ଦିନର ଲଗାଣ ବର୍ଷା ପରେ କୋରକୁଣ୍ଡା ଓ ତାର୍ଲାକେଟା ପୋଲ ଉପରେ ଚାଲିଲା ୫ରୁ ୬ଫୁଟ ପାଣି

97

କନକ ବ୍ୟୁରୋ : ମାଲାକନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ଦୁଇ ଦିନ ଧରି ସମଗ୍ର ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହି ଥିବା ବେଳେ ଆଜି ସକାଳୁ ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଫଳରେ ପୋଲ ଉପରେ ପାଣି ଚାଲୁଛି । କୋରକୁଣ୍ଡା ଓ ତାର୍ଲାକେଟାରେ ପୋଲ ଉପରେ ୫ରୁ ୬ ଫୁଟ ଉଚର ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିଠାରୁ ବାଲିମେଳା ଯାଏଁ ଯାତାୟତ ଠପ ହୋଇଯାଇଛି ।