ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା : ବଲାଙ୍ଗୀରରେ ବର୍ଷା ଯୋଗୁଁ ଘରେ ପଶିଲା ପାଣି

ସହରର ବିଭିନ୍ନ ଅଂଚଳରେ ବର୍ଷା ପାଣି ଯୋଗୁଁ ଲୋକେ ହନ୍ତସନ୍ତ

124

କନକ ବୁାରୋ : ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଜଳକା ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ମହାନଦୀ ବି ଧିରେ ଧିରେ ଫୁଲୁଛି । ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି । ବରଗଡ, ସୁନ୍ଦରଗଡ, ଝାରୁସୁଗୁଡା, ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲୁଛି ।

ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷକୂଲ୍ୟା ଓ ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ନଦୀପାଣି ବଢୁଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକାର ଜଳସ୍ତର । ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ୫ ଦଶମିକ ୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ରହଛି ୬ ଦଶମିକ ୦୬ ମିଟର । ଫଳରେ ବସ୍ତା ବ୍ଲକର ୧୨ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ ପ୍ରଭାବିତ ହେବା ଆଶଙ୍କ ରହିଛି । ସେପଟେ, ବଲାଙ୍ଗୀରରେ ପ୍ରବଳ ବର୍ଷା ଯୋଗୁଁ ଘରେ ପାଣି ପଶିଯାଇଛି । ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।