କନକ ବ୍ୟୁରୋ: କେରଳ ଏର୍ଣ୍ଣାକୁଲମ୍ ସ୍ଥିତ କନଭେନସନ୍ ସେଣ୍ଟରରେ ଇଶାଇଙ୍କ ପ୍ରାର୍ଥନା ସଭାରେ ହୋଇଥିବା ଭୟଙ୍କର ବିସ୍ଫୋରଣର ପ୍ରାଥମିକ ଯାଞ୍ଚ ତଥ୍ୟ ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୁଲିସ । ଘଟଣାର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ, ବିସ୍ଫୋରଣ ପାଇଁ ଇନସେଣ୍ଡାରୀ ଡିଭାଇସ୍ ଓ ଇମ୍ପ୍ରୋଭାଇଜ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବ୍ୟବହାର କରାଯାଇଥିଲା । କେହି ଯେପରି ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁ ଟିଫିନ୍ ଭିତରେ ରଖାଯାଇଥିଲା । ସକାଳ ପାଖାପାଖି ୯.୩୦ ରେ ପ୍ରାର୍ଥନା ସଭାରେ ଏଭଳି ବିସ୍ଫୋରଣ ହେଲା ଯାହା ଆଖାପାଖ ଅଞ୍ଚଳରେ ଭୀଷଣ ଶବ୍ଦ ସୃଷ୍ଟି କରିଥିଲା ।

Advertisment