କନକ ବ୍ୟୁରୋ : ବ୍ରହ୍ମପୁର ଆଇଜର୍ ଇଣ୍ଡିଆନ ଇମଷ୍ଟିଟ୍ୟୁଟ୍ ଅଫ ସାଇନସ ଏଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଆଜି ଲୋକାର୍ପିତ ହେବ । ସକାଳ ସାଢେ ୧୦ଟା ସମୟରେ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକାର୍ପଣ ଉତ୍ସବରେ ଭିସି ମାଧ୍ୟମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ମଧ୍ୟ ସାମିଲ ହେବେ । ସେହିପରି କ୍ୟାମ୍ପସ ପରିସରରେ ଆୟୋଜିତ ଉତ୍ସବରେ କେନ୍ଦ୍ରୀୟ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସାମିଲ ହେବେ ବୋଲି ସୂଚନା ରହିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୧୫ ମସିହା ଅଗଷ୍ଟ ପହିଲାରେ ବ୍ରହ୍ମପୁର ଠାରେ ଆଇଜର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୨୦୧୭ ମସିହା ଠାରୁ ଅସ୍ଥାୟୀ କ୍ୟାମ୍ପସରେ ଗବେଷଣା ଆରମ୍ଭ ହୋଇଥିବା ବେଳେ ୨୦୧୯ମସିହାରୁ ସ୍ଥାୟୀ କ୍ୟାମ୍ପସ ର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୧୫୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେଶର ସପ୍ତମ ଆଇଜର କୁହାଯାଉଥିବା ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/02/4-31.jpg)