କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ପ୍ରିପ୍ଲାନ କରି ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଏହିଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେପି କହୁଛି ସିବିଆଇ ଓ ଆମେ କହୁଛୁ ଏସଆଇଟି ତଦନ୍ତ କରାଯାଉ । ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି, ଯାହା ବି ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଇଁପାରୁନଥିବା କହିଛନ୍ତି କଂଗ୍ରେସ ବିଧାୟକ । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହାର ତଦନ୍ତ କରାଯାଉନି । ଏନେଇ ପ୍ରତିଟି ମୁହୂର୍ତ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି କହିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ।
ନବ ଦାସ ହତ୍ୟା: ପୁଣି କମ୍ପିଲା ବିଧାନସଭା, ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ।
/kanak/media/post_attachments/wp-content/uploads/2023/02/vlcsnap-2023-02-27-17h56m30s556.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)