ଦିନରେ କେତେଥର ହୋଇଥାଏ ହୃଦସ୍ପନ୍ଦନ, କେତେ ପରିମାଣର ବାହାରେ ଝାଳ

242

କନକ ବ୍ୟୁରୋ : ମାନବ ଶରୀର ଏକ ରହସ୍ୟମୟ ଅଟେ । ମୁଣ୍ଡରୁ ପାଦ ଯାଏଁ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଭିନ୍ନ ଭିନ୍ନ ଢଙ୍ଗରେ କାମ କରିଥାଏ । ବୈଜ୍ଞାନିକମାନେ ବି ଏହାକୁ ସମ୍ପୂର୍ଣ୍ଣଭାବେ ବୁଝିବାକୁ ଅକ୍ଷମ ହୋଇଛନ୍ତି । ଆପଣ ବି ଜାଣନ୍ତ ମଣିଷ ଶରୀରରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ।

ମଣିଷ ଶରୀରରେ ମୋଟ ୩୭.୨ ଲକ୍ଷ କୋଟି କୋଷ ରହିଛି । ସେମାନଙ୍କ ମଧ୍ୟରେ ୨୦୦ ପ୍ରକର କୋଷ ରହିଛି । ସେହିଭଳି ତ୍ୱଚାରେ ୧୦୦ ଆରବ କୋଷଙ୍କର ଅବସ୍ଥିତି ରହିଛି ।

ଆମ ମସ୍ତିସ୍କର ଗଠନ ବେସ୍ ଜଟିଳ, ସେଥିରେ ୧୦୦ ଆରବ ୟୁରନ ମହଜୁଦ ରହିଛି । ଏକ ଗବେଷଣା ମୁତାବକ ଗୋଟିଏ ଦିନରେ ଜଣେ ମଣିଷ ମସ୍ତିସ୍କରେ ୬୦ ହଜାର ବିଚାର ଆସିଥାଏ । ଏହାସହ କିଛି ଅନୁଭବ କରିବାକୂୁ ଆମ ଶରୀରରେ ମୋଟ ୬ କୋଟି ସମ୍ବେଦନଶୀଳ ସଂଗ୍ରହକାରୀ ରହିଥାନ୍ତି ।

ଅନ୍ୟପଟେ ଜଣେ ମଣିଷ ଗୋଟିଏ ଦିନରେ ୨୩,୦୪୦ ଥର ନିଶ୍ୱାସ ଗ୍ରହଣ କରିଥାଏ । ଏହି କ୍ରମରେ ଗୋଟିଏ ଦିନରେ ଜଣେ ମଣିଷର ହୃଦପିଣ୍ଡ ୧,୧୫,୨୦୦ ଥର ସ୍ପନ୍ଦିତ ହୋଇଥାଏ ।
ମଣିଷର ଆଖିରେ ମୋଟ ୧୨.୭ କୋଟି ରେଟିଲା ସେଲ୍ସ ରହିଛି । ଏହା ମାଧ୍ୟମରେ ଜଣେ ମଣିଷ ୧ କୋଟି ଅଲଗା ଅଲଗା ରଙ୍ଗକୁ ଚିହ୍ନିପାରେ ।

କୌଣସି ଜିନିଷର ଗନ୍ଧ ବାରିବାକୁ ମଣିଷ ଶରୀରରେ ୧୦୦୦ ସମ୍ବେଦନଶୀଳ ସଂଗ୍ରହକାରୀ ରହିଥାନ୍ତି । ଏହା ମାଧ୍ୟମରେ ଜଣେ ମଣିଷ ୫୦ ହଜାର ଭିନ୍ନ ଭିନ୍ନ ଗନ୍ଧ ବାରିପାରିଥାଏ ।
ଆମ ଶରୀରରେ ମୋଟ ୬ ଲିଟର ରକ୍ତ ପ୍ରବାହିତ ହୋଇଥାଏ । ଏହା ଶରୀରରେ ଥିବା ୪୨ ଆରବ ରକ୍ତ କୋଷିକା ମାଧ୍ୟମରେ ପ୍ରବାହିତ ହୋଇଥାଏ । ଆମ ଶରୀରରେ ମୋଟ ୩୦ ଲକ୍ଷ କୋଟି ରେଡ ସେଲ ଓ ବ୍ଲଡ ସେଲ ମହଜୁଦ ରହିଛି ।