କରୋନା ଭାଇରସ୍ କଲରଟ୍ୟୁନରୁ କେମିତି ପାଇବେ ମୁକ୍ତି । ଜାଣନ୍ତୁ କେଉଁ ଫୋନରୁ କେମିତି କରିବେ ଏହି କଲରଟ୍ୟୁନ୍ ବନ୍ଦ

1,097

କନକ ବ୍ୟୁରୋ : କରୋନା ମହାମାରୀ ଆସିବା ଦିନ ଠାରୁ ଆପଣ ଯାହାକୁ ବି କଲ୍ କରନ୍ତୁ ଆପଣଙ୍କୁ ଅମିତାଭ ବଚ୍ଚନଙ୍କ ସଚେତନତା ବାର୍ତ୍ତା ବାରମ୍ବାର ବିରକ୍ତ କରିଦେଉଛି । ଆପଣ କିଛି ଜରୁରୀ କାମରେ ଫୋନ୍ କରୁଥିଲେ ଆପଣଙ୍କୁ ପ୍ରଥମେ ୧ ମିନଟ୍ ଯାଏ ଏହି ସଚେତନତା ବାର୍ତ୍ତା ଶୁଣାଉଛି ଆପଣଙ୍କ ସିମ୍ ପ୍ରୋଭାଇଡର କମ୍ପାନୀ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଚାହୁଁଥିଲେ ବି ଏହାକୁ କେମିତି ବନ୍ଦ କରିବେ ତାହା ଆପଣଙ୍କୁ ଜଣାନାହିଁ । ଏବେ ଆମେ ଆପଣଙ୍କୁ ଜଣାଇବୁ କେମିତି ବନ୍ଦ କରିବେ ଏହି କଲର ଟ୍ୟୁନ୍ ।
ପ୍ରଥମେ ଜାଣିବା ଭାରତ ସଂଚାର ନିଗମ ଲିମିଟେଡ ବା ବିଏସ୍ଏନ୍ଏଲ ବ୍ୟବହାରକାରୀ କିଭଳି କରିବେ ବନ୍ଦ । ଆପଣ “UNSUB” ଲେଖି ୫୬୭୯୯ କିମ୍ବା ୫୬୭୦୦ କୁ ପଠାଇ ଦିଅନ୍ତୁ । ସେମାନେ ଆପଣଙ୍କୁ ଏକ କନଫର୍ମ ମେସେଜ ପଠାଇବେ ତାହାକୁ ଆପଣ ଗ୍ରହଣ କରିବେ ଓ ସେଥିରେ ଆପଣଙ୍କୁ କଲରଟ୍ୟୁନ ବନ୍ଦ କରିବାକୁ ପ୍ରଶ୍ନ ପଚରାଯାଇଥିବ । ତାହାକୁ ଆପଣ ସହମତ କଲେ ଆପଣଙ୍କ କଲର କରୋନା ଭାଇରସ୍ କଲର ଟ୍ୟୁନ ବନ୍ଦ ହୋଇଯିବ ।
ଜିଓ ଗ୍ରାହକ ମାନେ “STOP” ଲେଖି ୧୫୨୨୩ କୁ ମେସେଜ କରନ୍ତୁ । ଏହା ପରେ ଆପଣଙ୍କ ନିକଟକୁ ଏକ କନଫର୍ମ ମେସେଜ ଆସିବ । ତାହାକୁ କନଫର୍ମ କଲେ ଆପଣଙ୍କର କରୋନା ଭାଇରସ କଲରଟ୍ୟୁନ୍ ବନ୍ଦ ହୋଇଯିବ ।
ଏୟାରଟେଲ ଗ୍ରାହକ ମାନେ ନିଜ ମୋବାଇଲରେ *646*224# ଲେଖି କଲ କରନ୍ତୁ ଓ ଏହାପରେ ୧ ବଟନ୍ ଟିକୁ ଦବାଇ ଦିଅନ୍ତୁ । ଏହାପରେ ଆପଣଙ୍କ ନିକଟକୁ ଏକ କନଫର୍ମ ମେସେଜ ଆସିବ ତାହାକୁ କନଫର୍ମ କରିଦେଲେ ଆପଣଙ୍କ ମୋବାଇଲରୁ କରୋନା ଭାଇରସ୍ କଲର ଟ୍ୟୁନ୍ ବନ୍ଦ ହୋଇଯିିବ ।
ଏହି କଲରଟ୍ୟୁନକୁ ବନ୍ଦ କରିବାକୁ ବି ଅନ୍ୟ ଉପାୟ ଅଛି ଯାହାକି ସମସ୍ତ ମୋବାଇଲ ଉପଭୋକ୍ତା କରିପାରବେ । ତାହାହେଲା, ଆପଣ ଯେତେବେଳେ ଫୋନ କରୁଛନ୍ତି ସେତେବେଳେ କରୋନା ଭୂତାଣୁ ସଚେତନତା ବାର୍ତ୍ତା ଆରମ୍ଭ ହେବା ଯାଏ ଅପେକ୍ଷା କରନ୍ତୁ । ଯେତେବେଳେ ତାହା ଆରମ୍ଭ ହୋଇଯାଉଛି ସେତେବେଳେ ଆପଣ ୧ ଦବାନ୍ତୁ । ଦେଖିବେ ହଠାତ କରୋନା ସଚେତନତା ବାର୍ତ୍ତା ବନ୍ଦ ହୋଇଯିବ ।