କନକ ବ୍ୟୁରୋ: ଭାରତୀୟମାନେ କେଉଁଥିରେ ଅଧିକ ସମୟ ବିତାନ୍ତି? ଉତର ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟମାନେ ଅଧିକା ସମୟ ପାନ ଓ ତମାଖୁ ସେବନରେ ବିତାନ୍ତି । ପାରିବାରିକ ଉପଯୋଗିତା ବ୍ୟୟ ସର୍ବେକ୍ଷଣ ୨୦୨୨-୨୩ ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ପରିବାରର ମୋଟ ଖର୍ଚ୍ଚରେ ପାନ, ଗୁଟ୍ଖା, ତମାଖୁ ଓ ମାଦକ ଦ୍ରବ୍ୟର ଭାଗ ବୃଦ୍ଧି ପାଇଛି । ଦେଶର ୧ଲକ୍ଷ ୫୫ହଜାର ୧୪ ଗ୍ରାମାଂଚଳ ଓ ୧ଲକ୍ଷ ୬ହଜାର ୭୩୨ ସହରାଂଚଳ ପରିବାର ଠାରୁ ତଥ୍ୟ ସଂଗ୍ରହ କରାଯାଇ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆସନ୍ତୁ କିଛି ତଥ୍ୟ ଉପରେ ନଜର ପକାଇବା ।
ପରିବାରର ଖର୍ଚ୍ଚ
ଶିକ୍ଷାରେ କମୁଛି, ତମାଖୁରେ ବଢୁଛି!

Advertisment

ତମାଖୁରେ ବଢୁଛି ପରିବାରର ଖର୍ଚ୍ଚ
ଗ୍ରାମାଂଚଳ
୨୦୧୧-୧୨- ୩.୨୧%
୨୦୨୨-୨୩- ୩.୭୯%

ତମାଖୁରେ ବଢୁଛି ପରିବାରର ଖର୍ଚ୍ଚ
ସହରାଂଚଳ
୨୦୧୧-୧୨- ୧.୬୧%
୨୦୨୨-୨୩- ୨.୪୩%

ଶିକ୍ଷାରେ କମୁଛି ପରିବାରର ଖର୍ଚ୍ଚ
ଗ୍ରାମାଂଚଳ
୨୦୧୧-୧୨- ୩.୪୯%
୨୦୨୨-୨୩- ୩.୩୦%

ଶିକ୍ଷାରେ କମୁଛି ପରିବାରର ଖର୍ଚ୍ଚ
ସହରାଂଚଳ
୨୦୧୧-୧୨- ୬.୯୦%
୨୦୨୨-୨୩- ୫.୭୮%

ପ୍ୟାକେଟ ଖାଦ୍ୟ ଓ ମୃଦୁ ପାନୀୟରେ ଖର୍ଚ୍ଚ
ଗ୍ରାମାଂଚଳ
୨୦୧୧-୧୨- ୭.୯୦%
୨୦୨୨-୨୩- ୯.୬୨%

ପ୍ୟାକେଟ ଖାଦ୍ୟ ଓ ମୃଦୁ ପାନୀୟରେ ଖର୍ଚ୍ଚ
ସହରାଂଚଳ
୨୦୧୧-୧୨- ୮.୯୮%
୨୦୨୨-୨୩- ୧୦.୬୪%

ମାସିକ ମୁଣ୍ଡପିଛା ଖର୍ଚ୍ଚ ପ୍ରାୟ ଦୁଇଗୁଣା ବଢି଼ଛି
ଗ୍ରାମାଂଚଳ
୨୦୧୧-୧୨- ୧,୪୩୦ ଟଙ୍କା
୨୦୨୨-୨୩- ୩,୮୬୦ ଟଙ୍କା

ମାସିକ ମୁଣ୍ଡପିଛା ଖର୍ଚ୍ଚ ପ୍ରାୟ ଦୁଇଗୁଣା ବଢି଼ଛି
ସହରାଂଚଳ
୨୦୧୧-୧୨- ୨,୬୩୦ ଟଙ୍କା
୨୦୨୨-୨୩- ୬,୫୨୧ ଟଙ୍କା