ଦେଶର ୬ଟି ସହରରେ ଖେଳାଯିବ ‘ଆଇପିଏଲ୍‌-୨୦୨୧’ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ମ୍ୟାଚ୍

Advertisment
ଦେଶର ୬ଟି ସହରରେ ଖେଳାଯିବ ‘ଆଇପିଏଲ୍‌-୨୦୨୧’ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ମ୍ୟାଚ୍

କନକ ବ୍ୟୁରୋ : ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ‘ଆଇପିଏଲ୍‌-୨୦୨୧’ ମ୍ୟାଚ୍‌ ଦେଶର ୬ଟି ସହର ଆୟୋଜନ କରିବ ବୋଲି ‘ବିସିସିଆଇ’ ନିଷ୍ପତ୍ତି ନେଇଛି। କିନ୍ତୁ, ଏହି ମ୍ୟାଚ୍‌ ମୁମ୍ବାଇ ଏବଂ ପୁଣେରେ ଖେଳାଯିବା ସହ ଅହମଦାବାଦରେ ଫାଇନାଲ୍‌ ମ୍ୟାଚ୍‌ ହେବ ବୋଲି ପୂର୍ବରୁ ‘ବିସିସିଆଇ’ ଯୋଜନା କରିଥିଲା।

ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍‌କାତା, ଅହମଦାବାଦ ଏବଂ ଦିଲ୍ଲୀ ସହର ‘ଆଇପିଏଲ୍‌-୨୦୨୧’ ଆୟୋଜନ କରିବେ ବୋଲି ‘ବିସିସିଆଇ’ର ସଂକ୍ଷିପ୍ତ ତାଲିକାରୁ ଜଣାପଡ଼ିଛି। ହାଇଦ୍ରାବାଦର ସ୍ଥାନୀୟ କ୍ରିକେଟ୍‌ ଆସୋସିଏସନ୍‌ରେ ବିଭ୍ରାଟ କାରଣରୁ ହାଇଦ୍ରାବାଦ ପରିବର୍ତ୍ତେ ଦିଲ୍ଲୀକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି।

ଏପ୍ରିଲ୍‌ ୧୧ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମ୍ୟାଚ୍‌ରେ କେତେକ ଷ୍ଟାଡିୟମ୍‌କୁ ଦର୍ଶକମାନଙ୍କୁ ଛଡ଼ାଯାଇ ନ ପାରେ। ଅନ୍ୟ କେତେକ ଷ୍ଟାଡିୟମ୍‌କୁ ମାତ୍ର ୫୦% ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ।

ଖେଳ ସଂକ୍ରାନ୍ତରେ ‘ବିସିସିଆଇ’ ଆଲୋଚନା କରିଥିଲେ ସୁଦ୍ଧା ‘ଆଇପିଏଲ୍‌ ଫ୍ରାଞ୍ଚାଇଜି’ମାନଙ୍କ ବିଷୟରେ ଏ ପର୍ୟ୍ୟନ୍ତ କୌଣସି କଥା କହିନାହିଁ। ‘ଫ୍ରାଞ୍ଚାଇଜ୍‌’ ପାଇବେ ବୋଲି ଯେଉଁମାନେ ଅନୌପଚାରିକ ଭାବେ ସୂଚନା ପାଇଛନ୍ତି ସେମାନେ କିନ୍ତୁ, ସ୍ଥିର ନିଶ୍ଚିତ ହୋଇ ପାରୁନାହାନ୍ତି। ୬ଟି ସହରରେ ‘ବିସିସିଆଇ’ କିଭଳି ମ୍ୟାଚ୍‌ ଆୟୋଜନ କରିବ ତାହା ଜାଣିବାକୁ କେତେକ ‘ଫ୍ରାଞ୍ଚାଇଜି’ ଅପେକ୍ଷା କରିଥିବା ବେଳେ ଅନ୍ୟ କେତେକ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଜଣେ ‘ଫ୍ରାଞ୍ଚାଇଜି’ ପ୍ରତିନିଧିଙ୍କ କହିବା ଅନୁସାରେ, ଏଥିରେ ଆଶଙ୍କା ଉପୁଜିବା ସ୍ୱାଭାବିକ କଥା। ଗୋଟିଏ କିମ୍ବା ଦୁଇଟି ସହରରେ ମ୍ୟାଚ୍‌ ଆୟୋଜନ ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଠିକ୍‌ ଥିଲା। ତିନୋଟି ସ୍ଥାନରେ ଆୟୋଜିତ ହୋଇଥିବାରୁ ‘ଆଇପିଏଲ୍‌-୨୦୨୦’ ସଂସ୍କରଣ ସୁରୁଖୁରୁରେ ଶେଷ ହୋଇପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe