ପୁଣି ଥରେ ହ୍ୱାଟସଆପ୍ ଆକାଉଣ୍ଟ ହ୍ୟାକ୍ ହେବା ବିପଦ ବଢିଯାଇଛି ଏବଂ ଏହା ସେତେବେଳେ ହେଉଛି ଯେତେବେଳେ ୟୁଜର କୌଣସି ଇନକମିଙ୍ଗ୍ ଭିଡିଓ କଲ୍ କୁ ରିସିଭ୍ କରୁଛନ୍ତି । ଟେକନିକ୍ ୱେବସାଇଟ୍ ତଊଦ୍ଭରଗ୍ଧ ଏହି କଥାର ଖୁଲାସା କରିଛି । ରିପୋର୍ଟ ଅନୁସାରେ ହ୍ୱାଟସଆପ୍ ରେ ଏକ ବଗ୍ ଦେଖାଯାଏ । ଯାହା ହ୍ୟାକର୍ସଙ୍କୁ ୟୁଜର୍ସଙ୍କ ଆକାଉଣ୍ଟ ଆକସେସ୍ ଦେଇଥାଏ । ଏଥିପାଇଁ ଆପଣ ବି ଯଦି ହ୍ୱାଟସଆପ୍ ଭିଡିଓ କଲିଂର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଭିଡିଓ କଲିଂ ସମୟରେ ହିଁ ହ୍ୱାଟସଆପ୍ ହ୍ୟାକ୍ ର ଅଧିକ ସମ୍ଭାବନା ଥାଏ ।
ତେବେ ଏହି ବଗ୍ ଆଣ୍ଡ୍ରୋଏଡ୍ ଏବଂ ଆପଲ୍ ଦୁଇ ହ୍ୱାଟସଆପ୍ ଆପ୍ଲିକେସନ୍ ରେ ୟୁଜର୍ସଙ୍କୁ ପ୍ରଭାବିତ କରିଥାଏ । ସୁଚନା ମୁତାବକ ଏହି ବଗ୍ ଅଗଷ୍ଟ ମାସରେ ଦେଖାଦେଇଥିଲା । ଯାହା ପରେ ହ୍ୱାଟସଆପ୍ ର ମାଲିକାନା ଥିବା କମ୍ପାନୀ ଫେସବୁକ୍ ମଧ୍ୟ ଏହାକୁ ଠିକ୍ କରିଥିଲା । ତେବେ ଫେସବୁକ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/WhatsApp-Hack-Online-749577.jpg)
/kanak/media/post_attachments/wp-content/uploads/2018/10/whatsapp_video_call_01011_10_10_2018-300x225.jpg)