କନକ ବ୍ୟୁରୋ: ସୁନାର ବଙ୍ଗଳା ଗଠନ ପ୍ରତିଶ୍ରୁତି ଦେଇ ପଶ୍ଚିମବଙ୍ଗରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବଙ୍ଗାଳି ଭାବପ୍ରବଣତାକୁ ଛୁଇଁଲା ଭଳି ଏବଂ ମହିଳା ଭୋଟରଙ୍କୁ ପ୍ରଭାବିତ କଲା ଭଳି ଇସ୍ତାହାରପତ୍ର ଜାରି କରିଛି ବିଜେପି । ଏଥିରେ କୁହାଯାଇଛି- ମହିଳାଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଝିଅ ପିଲାଙ୍କୁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଦିଆଯିବ । ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ନାଗରିକତା ଆଇନକୁ ଲାଗୁ କରାଯିବ ବୋଲି ଇସ୍ତହାରରେ ଘୋଷଣା କରାଯାଇଛି ।

Advertisment

ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାସିକ ୬ ହଜାର ଏବଂ  ବିଧବା ଭତା ମାସିକ ୩ ହଜାର ଦେବା ପାଇଁ ଦଳ ଘୋଷଣା କରିଛି । ସାଧାରଣ ପରିବହାନ ସେବାରେ ମହିଳାଙ୍କୁ  ମାଗଣା ଯାତ୍ରାର ସୁଯୋଗ ମିଳିବ । ଏହା ବ୍ୟତୀତ ତିନୋଟି ନୂଆ ଏମ୍ସ ଓ ନର୍ସିଂ କଲେଜ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଦୁର୍ଗାପୂଜାକୁ ଅର୍ନ୍ତରାଷ୍ଟ୍ରୀୟ ମାନଚିତ୍ରରେ ସ୍ଥାନ ଦିଆଯିବ । ନୋବେଲ ପୁରସ୍କାର ଢ଼ାଂଚାରେ ଟାଗୋର ପୁରସ୍କାର ଘୋଷଣା ହେବ । ଏବଂ ସମସ୍ତ ରାଜନୈତିକ ହିଂସାର ଏସ୍ ଆଇଟି ତଦନ୍ତ ହେବ ବୋଲି ଘୋଷଣା କରାଯାଇଛି ।

ଏବେ ଆସନ୍ତୁ ଦେଖିବା  ବିଜେପି ଘୋଷଣାପତ୍ରରେ ମହିଳାଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଛି ବିଜେପି । 

-ସମସ୍ତ ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

- ସରକାରୀ ପରିବହନରେ ମହିଳାଙ୍କୁ ମାଗଣା ଯାତ୍ରା

-ଝିଅଙ୍କ ପାଇଁ କେଜିରୁ ପିଜି ଯାଏଁ ମାଗାଣା ଶିକ୍ଷା

-ସମସ୍ତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ

-ଦୁର୍ନୀତି ସମ୍ପର୍କିତ ଅଭିଯୋଗ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିହେବ

-କ୍ୟାବିନେଟର ପ୍ରଥମ ବୈଠକରେ ସିଏଏ ଲାଗୁ  ହେବ

-୧୧ ହଜାର କୋଟି ଟଙ୍କାର  ସୋନାର ବଙ୍ଗଳା ଫଣ୍ଡ

-୫ ଟଙ୍କାରେ  ଖାଇବା ଥାଳି ମିଳିବ

-ମେଡିକାଲ କଲେଜରେ ସିଟ ଦୁଇଗୁଣ ହେବ

-ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ