ଧାଡିରେ ଛିଡା କଲେ, ଛାତ୍ରମାନଙ୍କ କେଶ କାଟିଦେଲେ ପ୍ରଧାନଶିକ୍ଷକ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

1,283

ପଶ୍ଚିମବଙ୍ଗରେ ଥିବା ବୀରଭୂମିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ଧାଡିରେ ଛିଡା କରାଇ ସେମାନଙ୍କ କେଶ କାଟିଦେଇଛନ୍ତି । ତେବେ ଏହି କେଶ କାଟିବା ଘଟଣା ପଛରେ ଏକ ଭିନ୍ନ କାରଣ ରହିଛି। ମିଳିଥିବା ସୂଚନା ମୁତାବକ ବୀରଭୂମ ଲୋହପୁରରେ ଥିବା ମହାବୀର ରାମ ମେମୋରିଆଲ ବିଦ୍ୟାଳୟକୁ ଛାତ୍ରମାନେ କେଶରେ ରଙ୍ଗ ଲଗାଇ ଆସୁଥିଲେ। ଦିନକୁ ଦିନ ଛାତ୍ରମାନଙ୍କ ଏହି ଭିନ୍ନ ଫେସନ ବଢିବାକୁ ଲାଗିଥିଲା ।

ଯାହାକୁ ନେଇ ପ୍ରଧାନଶିକ୍ଷକ ଜଣକ ଖପ୍ପା ଥିଲେ । ଏହାକୁ ସମାଧାନ କରିବାକୁ ଯାଇ ମଙ୍ଗଳବାର ଦିନ ପ୍ରଧାନଶିକ୍ଷକ ସମସ୍ତ ଛାତ୍ରଙ୍କୁ ନିଜ ଅଫିସକୁ ଡାକିଥିଲେ । ଯେଉଁମାନେ କେଶରେ ରଙ୍ଗ ଲଗାଇବା ସହ ଲମ୍ବା କେଶ ରଖିଥିଲେ ସେମାନଙ୍କୁ ଧାଡିରେ ଛିଡା କରାଇଥିଲେ । ଏହାପରେ ନିଜେ ନାପିତ ସାଜି ଛାତ୍ରମାନଙ୍କ କେଶ କାଟିଦେଇଥିଲେ।

ପ୍ରଧାନଶିକ୍ଷକଙ୍କ କହିବା ମୁତାବକ ବାରମ୍ବାର ମନା କରିବା ପରେ ବି ପିଲାମାନେ କେଶରେ ରଙ୍ଗ ଲଗାଇ ବିଦ୍ୟାଳୟକୁ ଆସୁଥିଲେ। ଏହାପରେ ପିଲାମାନଙ୍କର ପାଠପଢା ଅପେକ୍ଷା ବେଶଭୂଷାରେ ଅଧିକ ମନ ଲାଗିଥିବାର ସେ ଦେଖିବାକୁ ପାଇଥିଲେ । ଏଭଳି ଘଟଣା ଅନ୍ୟ ଛାତ୍ରମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଥିଲା । ସେଥିପାଇଁ ସେ ଛାତ୍ରମାନଙ୍କ କେଶକୁ ନିଜ ହାତରେ କାଟିଦେଇଥିଲେ ।