ୱାୟନାଡରେ ଅଚିହ୍ନା ଶବଗୁଡ଼ିକର ଏକାଠି ହେଲା ସତ୍କାର। ରବିବାର ସନ୍ଧ୍ୟାରେ ଅଚିହ୍ନା ଶବ ଗୁଡ଼ିକୁ ସମୂହ ସତ୍କାର କଲା ଜିଲ୍ଲା ପ୍ରଶାସନ। ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ସାଢ଼େ ୩ଶହ ଟପିଛି। ଏହାରି ମଧ୍ୟରେ ରହିଛି ଅନେକ ଅଚିହ୍ନା ଶବ। ରବିବାର ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚିହ୍ନା ଶବ ଗୁଡ଼ିକର ସମୂହ ସତ୍କାର କରାଯାଇଛି। କେରଳର ରାଜସ୍ବ ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୨୧ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି।

Advertisment

ଏହାସହ ୧୬୬ଟି ଖଣ୍ଡବିଖଣ୍ଡିତ ମରଶରୀର ଉଦ୍ଧାର କରାଯାଇଛି। ଏଥିରେ ଥିବା ଅଚିହ୍ନା ଶବ ଗୁଡ଼ିକର ଏକାଠି ସତ୍କାର କରାଯାଇଛି। ବିଭିନ୍ନ ଧର୍ମ ଅନୁଯାୟୀ ମନ୍ତ୍ର ପାଠ କରାଯାଇ ଏହି ଶବ ସତ୍କାର କରାଯାଇଛି। ସେପଟେ ଆଜି ଉଦ୍ଧାରକାର୍ଯ୍ୟ ସପ୍ତମ ଦିନରେ ପହଞ୍ଚିଛି। ୧୮ଶହରୁ ଅଧିକ ଉଦ୍ଧାରକାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ସହ ଉଦ୍ଧାର କାର୍ଯ୍ୟରେ ଡ୍ରୋନର ମଧ୍ୟ ସାହାଯ୍ୟ ନିଆଯାଉଛି। ଏବେବି ୨ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି।