ରାଜଧାନୀରେ ବିଜୁଳିର ଲୁଚକାଳି ଖେଳ । ଘଂଟାଏ ରହିଲେ କଟୁଛି ଦୁଇଘଂଟା। ସଚିବ କହିଲେ ଦୁଇ ଦିନ ପରେ ସ୍ୱାଭାବିକ ହେବ ଭୁବନେଶ୍ୱରର ସ୍ଥିତି

Advertisment
ରାଜଧାନୀରେ ବିଜୁଳିର ଲୁଚକାଳି ଖେଳ । ଘଂଟାଏ ରହିଲେ କଟୁଛି ଦୁଇଘଂଟା। ସଚିବ କହିଲେ ଦୁଇ ଦିନ ପରେ ସ୍ୱାଭାବିକ ହେବ ଭୁବନେଶ୍ୱରର ସ୍ଥିତି

କନକ ବ୍ୟୁରୋ: ପୁରୀରେ ଆସନ୍ତା ୧୫ ତାରିଖରୁ ବିଜୁଳି ସଂଯୋଗ ଦିଆଯିବ । ଏଯାଏଁ ସମ୍ପୂର୍ଣ୍ଣ ରାଜଧାନୀ ଆଲୋକିତ ହୋଇସାରିଥିବା ବେଳେ କିଛି ସ୍ଥାନରେ ସମସ୍ୟା ଦେଖାଦେଉଛି । ଦୁଇ ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସୂଚନା ଦେଇଛନ୍ତି । ସେପଟେ ପୁରୀ ଜିଲ୍ଲାରେ ଜୋରସୋରରେ ବିଜୁଳି ସଜଡା କାମ ଚାଲିଥିବା କହିଛନ୍ତି ସଚିବ । ମେ’ ୧୫ ତାରିଖରୁ ବିଜୁଳି ସଂଯୋଗ ଆରମ୍ଭ ହେବ ।

publive-image

ସେହିପରି ଆସନ୍ତା ୧୫ ତାରିଖରୁ ବାତ୍ୟା ଅଂଚଳରେ ଭାଂଗିଯାଇଥିବା ଘରର ସର୍ଭେ କାମ ଆରମ୍ଭ ହେବ । ୭ ଦିନ ଭିତରେ ଘରକୁ ଘର ଯାଇ କ୍ଷତି ଆକଳନ କରାଯିବ । ଜୁନ୍ ୧ ତାରିଖରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ । ସେପଟେ ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ୬ ହଜାର ୪୯୮ ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଛି ।

publive-image

କେବଳ ପୁରୀରେ ୨୧୩୪ଟି ସ୍କୁଲ୍ କ୍ଷତିଗ୍ରସ୍ତ ହୋଇଛି । ସେହିପରି ପୁରୀରେ ୫୫ ପ୍ରତିଶତ ଏବଂ ଖୋର୍ଦ୍ଧାରେ ୮୨ ପ୍ରତିଶତରୁ ଅଧିକ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି । ସେହିପରି ଭୁବନେଶ୍ୱରରେ ୫୬ ପ୍ରତିଶତ ଏବଂ ପୁରୀରେ ୧୮ ପ୍ରତିଶତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇସାରିଥିବା ସୂଚନା ଦେଇଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe