ପ୍ରତିବାଦ ପରେ କୋହଳ ହେଲା ନିୟମ: ରାସନ ସାମଗ୍ରୀ ନେବା ବେଳେ ଦରକାର ନାହିଁ ଫିଙ୍ଗର ପ୍ରିଂଟ ଓ ଆଇରିସ ସ୍କାନର; ଟ୍ୱିଟ୍ କରି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା

2,459

କନକ ବ୍ୟୁରୋ: ପ୍ରତିବାଦ ପରେ କୋହଳ ହେଲା ନିୟମ । ରାସନ ସାମଗ୍ରୀ ନେବା ବେଳେ ଆଉ ଦରକାର ନାହିଁ ଫିଙ୍ଗର ପ୍ରିଂଟ ଓ ଆଇରିସ ସ୍କାନର । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃ୍ଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ପରବର୍ତୀ ନିର୍ଦ୍ଦେଶ ଯାଏ ଫିଙ୍ଗର ପ୍ରିଂଟ ନେବାକୁ ମନା କରାଯାଇଛି । ମେସିନରେ ଟିପ ଦେଇ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପିଡିଏସ ସାମଗ୍ରୀ ନେବାକୁ ମନା କରିଥିଲେ ହିତାଧିକାରୀ ।

ଭୋକରେ ରହିବୁ ପଛେ ଘରକୁ କରୋନା ଭୂତାଣୁ ନେବୁ ନାହିଁ ବୋଲି ରାସନ ନନେଇ ଖ।।ଲି ଖାଲି ଘରକୁ ଫେରିଯାଇଥିଲେ ହିତାଧିକରୀ । ଗୋଟିଏ ମେସିନରେ ଶହ ଶହ ହିତାଧିକାରୀ ଟିପ ଦେଉଥିବାବେଳେ ଏହାକୁ କାହିଁକି ସାନିଟାଇଜ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ । ତେଣୁ ବାୟୋମାଟ୍ରକ ବ୍ୟବସ୍ଥାକୁ ବିରୋଧ କରି କଂଟ୍ରୋଲ ଦୋକାନୀମାନେ ଚଳିତ ମାସ ୧ ତାରିଖରୁ କୌଣସି ସାମଗ୍ରୀ ହିତାଧିକାରୀଙ୍କୁ ଦେଉନଥିଲେ ।