କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା ଗୁଲାବ । ଏହାର ଭୟାବହତାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ରାଜ୍ୟର ୧୧ ଟି ଜିଲ୍ଲାର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏହି କ୍ରମରେ ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
କହିରଖୁ କି ବାତ୍ୟା ଗୁଲାବକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି ।
ରାଜ୍ୟର ୧୧ ଟି ଜିଲ୍ଲାରେ ବି ସ୍କୁଲଗୁଡିକୁ ଆସନ୍ତା କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ଏହାସହ ବୁଧବାର ଦିନ ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ ଖୋଲାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।
ବାତ୍ୟା ଗୁଲାବ ଏବେ ସ୍ଥଳଭାଗ ମୁହାଁ ହୋଇଛି । ଗୋପାଳପୁର ବନ୍ଦର ଠାରୁ ଗୁଲାବ ଏବେ ୧୦୦ କିଲୋମିଟର ଦୂରରେ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/09/15-38.jpg)