କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ଆଜି ୭ ଘଣ୍ଟା ପାଇଁ ବନ୍ଦ ରହିବ ମୋ ବସ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା । ସକାଳ ୭ରୁ ଦିନ ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିବ । ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସେହିପରି ବନ୍ଦ ପାଳନ ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ ଆଜି ବନ୍ଦ କରାଯାଇଛି ।
📢 NOTICE-
In view of 7 hrs #OdishaBandh on 15.02.21 #MoBus🚌 service will remain suspended in the first half of the day.
Operation will resume 2 PM onwards with thin frequency.@MOBBY_MoBus
— Capital Region Urban Transport (@CRUT_BBSR) February 14, 2021
ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।