ପୋଲିସ ହେବ ତ ଏମିତି ! ଅସୁସ୍ଥ କାଉଡିଆଙ୍କ ପାଦ ଘଷି ଦେଲେ, ହେଲିକପ୍ଟରରୁ ପୁଷ୍ପ ବୃଷ୍ଟି କଲେ । ଭିଡ଼ିଓ ଭାଇରାଲ । ଦେଖନ୍ତୁ ଭିଡିଓ

285

ଶ୍ରାବଣ ମାସ ଆରମ୍ଭ ହେବା ସହ ପୂରା ଦେଶରେ କାଉଡିଆ ଯାତ୍ରା ଆରମ୍ଭ ହୋଇଛି । ଦେଶର କୋଣ ଅନୁକୋଣରୁ କାଉଡିଆ ମାନେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଲମ୍ବା ଲାଇନ୍ ଲଗାଉଛନ୍ତି । ଆଉ ଏଭଳି ସମୟରେ ଉତ୍ତର ପ୍ରଦେଶର ସାମଲି ଜିଲ୍ଲାରୁ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାନବ ସେବା ହିଁ ମାଧବ ସେବା ଏହି ଭିଡ଼ିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଯେଉଁ ଭିଡ଼ିଓରେ ଜଣେ କାଉଡିଆଙ୍କ ପାଦ ମାଡି ଦେଉଛନ୍ତି ପୋଲିସ ଏସପି ।

ସାମଲି ପୋଲିସର ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଅଜୟ କୁମାର କାଉଡିଆଙ୍କ ପାଦ ମାଡି ଦେଉଥିବାର ଦେଖିବାକୁ ମିଳିଛି । ଏଥିରେ ଲେଖାଯାଇଛି ଯେ, ସୁରକ୍ଷା ସହ ସେବା । ସାମଲିର ପୋଲିସ ଏସପିଙ୍କ ଦ୍ୱାରା ଚିକିତ୍ସା ଶିବିର ଉଦଘାଟନ କରାଯାଇଥିବା ବେଳେ ଏଥିରେ କିଛି ଭକ୍ତଙ୍କ ସେବା ମଧ୍ୟ କରାଯାଇଛି । ଏହାପୂର୍ବରୁ ଅଜୟଙ୍କର ଏଭଳି ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ହେଲିକପ୍ଟରରୁ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିଲେ ।

କେବଳ ଭକ୍ତଙ୍କ ସେବା ନୁହେଁ ବରଂ କାଉଡିଆଙ୍କ ସୁରକ୍ଷା ପାଇଁ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ବେଶ ଆଲର୍ଟ ରହିଛି । ଏପରିକି ପୋଲିସ ବିଭାଗର ବଡ ବଡ ଅଧିକାରୀ ମାନେ ମଧ୍ୟ ରାସ୍ତା ଉପରେ ରହି ସୁରକ୍ଷାର ତଦାରଖ କରୁଛନ୍ତି । କିଛି କିଛି ସ୍ଥାନରେ କାଉଡିଆଙ୍କ ଉପରେ ଫୁଲ ମଧ୍ୟ ବର୍ଷା କରୁଛନ୍ତି ପୋଲିସ । ତେବେ ପୋଲିସର ଏଭଳି କାର୍ଯ୍ୟକୁ ଚାରିଆଡୁ ବେଶ ପ୍ରଂଶସା କରାଯାଉଛି ।