ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର: ମୋଦୀ କହିଲେ, ଏବେଠୁ ଛାନିଆ ହେଲେଣି ବିରୋଧୀ 

122

କନକ ବ୍ୟୁରୋ: ଉପତପ୍ରଦେଶରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ । ଗୁରୁବାର ପଶ୍ଚିମ ୟୁପିର ୫୮ଟି ବିଧାନସଭା ଆସନରେ ୬୨ ପ୍ରତିଶତ ମତଦାନ ହୋଇଛି । ସମସ୍ତ ପୋଲିଙ୍ଗ ବୁଥରେ ଶାନ୍ତିପୁର୍ଣ୍ଣ ମତଦାନ ହୋଇଥିବା ଜଣାପଡିଛି । ସେପଟେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ଜୋର ସୋର ପ୍ରଚାର କରୁଛନ୍ତି । ଗୃହମନ୍ତ୍ରୀ ଅମିତ ସାହା ଶାହାରନପୁର ରେ ଏକ ନିର୍ବାଚନୀ ସଭା କୁ ସମ୍ବୋଧିତ କରିଛନ୍ତି । ଉତରପ୍ରଦେଶରେ ବିଜେପି କରିଥିବା ବିକାଶର କଥାକୁ ଦୋହରାଇବା ସହ ସପା ମୁଖ୍ୟ ଅଖିଳେଶ ଯାଦଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ସେପଟେ ପାଲଟା ଜବାବରେ ବିଜେପି ଉପରେ ବର୍ଷିଛନ୍ତି ଅଖିଲେଶ ।

ସେହପରି କାଂସଗଂଜରେ ପହଁଚି ନିର୍ବାଚନ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଂଚରେ ପ୍ରଥମେ ସ୍ୱଗର୍ତ ଲତା ମଙ୍ଗେଶକରଙ୍କ ଆଲୋଚନା କରିଛନ୍ତି । ଏହାପରେ ବିରୋଧୀଙ୍କୁ ନିଜ ଅଭିଭାଷଣରେ ଘେରିଛନ୍ତି ମୋଦୀ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନପରେ ବି ଶାନ୍ତିରେ ନିଶ୍ୱାସ ନେଇ ପାରୁନାହାନ୍ତି ରାଜନୈତିକ ଦଳ । ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ମିଳିବା ଘଟଣା ରାଜ୍ୟରେ ପୁଣିଥରେ ରାଜନୈତିକ ବୟାନ ବାଜିକୁ ବଢେଇ ଦେଇଛି । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଟେନିଙ୍କୁ ବେଲ ମିଳିବା ଫଛରେ ବିଜେପିର ରାଜନୈତିକ ସ୍ୱାର୍ଥ୍ୟ ଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ଘଟଣାକୁ ନିନ୍ଦା କରିଛି ଆମ ଆଦମି ପାର୍ଟି ।

ରାଜ୍ୟରେ ୭ ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଗୁରୁବାର ପ୍ରଥମ ପର୍ଯ୍ୟାୟ ସରିଛି । ଆସନ୍ତା ୧୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପ୍ରଚାର ପ୍ରସାର ଜୋର ସୋର ଚାଲିଛି ।