୩ ରାଜ୍ୟ ପାଇଁ ପଡିଲା ଭୋଟ: ୟୁପିରେ ୨ୟ ଚରଣରେ ୫୫ ଆସନ ପାଇଁ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର

150

କନକ ବ୍ୟୁରୋ: ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମ୍ତା ଜାରି ରହିଛି । ଆଜି ଉତରପ୍ରଦେଶ ସହ ଆଜି ଆଉ ଦୁଇଟି ରାଜ୍ୟରେ ଆଜି ପଡିଛି ଭୋଟ । ଉତରପ୍ରଦେଶରେ ୨ୟ ପର୍ଯ୍ୟାୟ ଓ ଗୋଆ ଏବଂ ଉତରାଖଣ୍ଡରେ ପ୍ରଥମ ତଥା ଶେଷ ପର୍ଯ୍ୟାୟରେ ପଡିଛି ଭୋଟ ।

ଏକଦା ସମାଜବାର୍ଦି ପାର୍ଟିର ଗଢ ଥିବା ଏହି ୫୫ ଆସନରେ କିଏ ମାରିବ ବାଜି । ଯଦିଓ ୨୦୧୭ରେ ବିଜେପି ଟ୍ରେଣ୍ଡ ଭାଙ୍ଗିଛି କିନ୍ତୁ ଏଥରକ ସରକାର ବିରୋଧୀ ହାୱାର ଫାଇଦା ନେବ ବୋଲି ସମାଜବାର୍ଦି ପାଟି ଆଶା ରଖିଛି । ଆଜି ଉତରପ୍ରଦେଶରେ ୯ଟି ଜିଲ୍ଲାରେ ୫୫ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ଓ ୫୫୦ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା ହୋଇଛି । ସକାଳୁ ୭ରୁ ସଂଧ୍ୟା ଟା ପର୍ଯ୍ୟନ୍ତ ଭୋଟିଂ ବ୍ୟବସ୍ଥା କରାଯାଇଥିଲା । ଶାହାରନପୁର, ବିଜନୋର, ମୋରାଦାବାଦ, ସମ୍ବଳ, ରାମପୁର, ଅମରୋହା, ବଦାଉଁ ଓ ବରେଲୀ ସହ ଶ।।ହାଜନପୁରରେ ପଡିଛି ଭୋଟ ।

ମତଦାନ ହେଉଥିବା ଅଧିକାଂଶ ଆସନ ଗୁଡିକ ମଧ୍ୟ ଅଧିକାଂଶ ହେଉଛି ମୁସଲିମ ବହୁଳ । ୨୦୧୭ ମସିରେ ଏହି ୫୫ ଆସନରୁ ବିଜେପି ୩୮ଟି ବିଜୟୀ ହୋଇଥିଲେ । ସେହିପରି ସପା ୧୫ ଓ କଂଗ୍ରେସ ୨ଆସନରୁ ବିଜୟ ହୋଇଥିଲା ।

ଗୋଟେ ପଟେ ୨ୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବାବେେଳେ ଅନ୍ୟପଟେ ରାଜନୈତିକ ବୟାନବାଜୀ ମଧ୍ୟ ଆଜି ଦେଖିବାକୁ ମିଳିଛି । ୩ୟ ଚରଣ ମତଦାନ ପୂର୍ବରୁ ପ୍ରଚାର ପାଇଁ ଉତରପ୍ରଦେଶରେ ପହଁଚିଛନ୍ତି ବିଜେପିର ହେଭିୱେଟ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ରାଲି କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନିଜ ନିଜ ଅନ୍ଦାଜରେ ବିଜେପି ନେତା ମାନେ ମଂଚରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ଅନ୍ୟପଟେ ଆଜି ଉତରାଖଣ୍ଡରେ ଆଜି ୭ଟି ଆସନ ପାଇଁ ଭୋଟ ପଡିଛି । ୧୦୦ଟି ବୁଥକେବଳ ମହିଳାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଜେପି ଶାସନ ବିରୋଧରେ ହାୱା ରହିଛି ।ତେବେ ମୁଖ୍ୟମନ୍ତ୍ରୀ ପୁ୍ଷ୍ମ ସିଂ ଧାମି ନେତୃତ୍ୱରେ ବିଜେପି ନିବାଚନ ଲଢୁଛି ଓ ଭଲ ପ୍ରଦର୍ଶନ ସମ୍ଭାବନା ରହିଛି । ସେପେଟ କଂଗ୍ରେସର ନେତ୍ୱତୃ ନେଇଛନ୍ତି କଂଗ୍ରେସର ସଙ୍କଟମୋଚନ ହରିଶ ରାୱତ ।

ଗୋଆରେ ଆଜି ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ଏଠାରେ ବି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୧୦୦ଟି ବୁଥ ବ୍ୟବସ୍ଥା କରାଯାଇଛି । ଗୋଆରେ ବିଜେପି, କଂଗ୍ରେସ, ଟିଏମସି ଓ ଆପ ମଧ୍ୟରେ ଜୋରଦାର ପ୍ରତିଦ୍ୱ୍୍ଦିତା ହୋଇଛି । ଗୋଆରେ ୪୦ଟି ଆସନ ପାଇଁ ୩୦୧ ପ୍ରାର୍ଥୀ ଲଡୁଛନ୍ତି ।

ଉତରପ୍ରଦେଶ ପାଇଁ ସରିଛି ୨ଟି ଚରଣରେ ମତଦାନ । ୟୁପିରେ ସରକାର ଗଢିବାକୁ ହେଲେ ପଶ୍ଚିମ ୟୁପି ସହ ପୂର୍ବାଚଂଳ ଗୋଟିଏ ବଡ ଭୂମିକା ନିର୍ବାହ କରେ । ତେଣୁ ଏପରି ସ୍ଥିତିରେ ଆଜିର ମତଦାନ ସୂଚାଇବ ପରବର୍ତୀ ୫ଟି ପର୍ଯ୍ୟାୟରେ କିପରି ରହିବ ମତଦାନ । ସେପଟେ ଉତରାଖଣ୍ଡ ଓ ଗୋଆରେ ପ୍ରଥମ ତଥା ଅନ୍ତିମ ଚରଣରେ ଭୋଟ ପଡିଛି । ଦୁଇ ରାଜ୍ୟରେ ବିଜେପି ସରକାରରେ ଥିବାବେଳେ କଂଗ୍ରେସ ଓ ଆପର ମଧ୍ୟ ବଡ ପ୍ରତିଦ୍ୱନ୍ଦୀଭାବେ ଉଭା ହୋଇଛନ୍ତି ।