କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ଓ କଟକବାସୀଙ୍କ ପାଇଁ ବଡ଼ ଖବର । ଏବେ ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ପରି ସ୍ଥିତି । କାରଣ ଏଠି ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଛି, ତେଣୁ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ତେବେ ଜଣେ ଲୋକ ବା କରୋନା ଆକ୍ରାନ୍ତ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି । ଆଉ ଯେଉଁଠି ଆବଶ୍ୟକ ସେଠାରେ ସ୍ଥିତିକୁ ଦୃଷ୍ଟିରେ ରଖି ବେଡ୍ ସଂଖ୍ୟା ବଢ଼ାଯାଉଛି । ରାଜ୍ୟରେ କୋଭିଡ୍ ବେଡ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି । ସଂକ୍ରମଣ ରୋକିବାକୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/26-26.jpg)